ବାଇକରେ ଯାଉଥିବାବେଳେ ପଛରୁ ପିଟିଲା ବୋଲେରୋ, ଜଣେ ମୃତ

ଖୋର୍ଦ୍ଧା ୧୬/୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭୀରମୁଣ୍ଡା ରୋଡ଼ରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

୧୬ ନଂ ଜାତୀୟ ରାଜପଥ ନାଚୁଣୀ-ସୁନାଖଳା ଠାରୁ ବାଣପୁର ଅଭିମୁଖେ ଦୁଇ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟରେ ପଛପଟୁ ଆସୁଥିବା ବୋଲେରୋ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଏରିଆ ସାନହନ୍ତୁଆଡ ଗ୍ରାମର ହେମନ୍ତ ସ୍ୱାଇଁ ।

ଆହତ ହୋଇଥିବା ଅନ୍ୟ ଜଣେ ଯୁବକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବାଣପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.