ଦିନେ ବଢିଲା : ୧୬ ବଦଳରେ ୧୭ରେ ସରିବ ବାଲିଯାତ୍ରା

କଟକ: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନିବୋଲି ସୂଚନା ଦେଇଛନ୍ତି କଟକ ମେୟର ଓ ଜିଲ୍ଲାପାଳ । ସୂଚନାଯୋଗ୍ୟ ବାଲିଯାତ୍ରା ୨ ଦିନ ବଢିବା ଲାଗି ଅନୁରୋଧ କରାଯାଇଥିଲା | ମାତ୍ର ବାଲିଯାତ୍ରାର ଭିଡ଼ ଓ ଅସମ୍ଭାଳ ଟ୍ରାଫିକ ବ୍ୟବସ୍ଥାକୁ ଦେଖି ସରକାର ଏହାକୁ ଅଧିକ ଦିନ ବଢାଇବାକୁ ରିସ୍କ ନେଇ ନାହାନ୍ତି |

nis-ad
Leave A Reply

Your email address will not be published.