ବ୍ୟବସାୟୀଙ୍କୁ ହଇରାଣ ଏବଂ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପରେ କ୍ଷମା ମାଗିଲେ ଉପଜିଲ୍ଲାପାଳ

ଯାଜପୁର: ଯାଜପୁର କିଆନାଳୀ ଆରଏମସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ଉତ୍ତେଜନା। ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ପରିବା ବ୍ୟବସାୟୀ ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ପରିବା ବ୍ୟବସାୟୀ। ସେପଟେ ଏ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ସମସ୍ତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି ଯାଜପୁର ଆରଏମସିର ସଂପାଦକ ରମେଶ ସ୍ୱାଇଁ । ଆଉ ସମ୍ପାଦକ ରମେଶ ସ୍ୱାଇଁଙ୍କ ପାଇଁ ସାମ୍ବାଦିକଙ୍କୁ କ୍ଷମା ମାଗିଲେ ଉପଜିଲ୍ଲାପାଳ ।

ଯାଜପୁର କିଆନାଳୀ ଆରଏମସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ଉତ୍ତେଜନା ଦେଖା ଦେଇଥିଲା। ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ପରିବା ବ୍ୟବସାୟୀ ବିରୋଧ କରିଥିଲେ। ପ୍ରଶାସନ ପୂର୍ବରୁ ଉଛେଦ ନୋଟିସ ଦିଆଯାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଛେଦ ପୂର୍ବରୁ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଫଳରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଘଟଣା ସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେପଟେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ତେବେ ମାର୍କେଟ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଥିଲା।  ପଥର ଫିଙ୍ଗାଠୁ ଆରମ୍ଭ କରି ରାସ୍ତା ଅବରୋଧ ନିଜର ଥଇଥାନ ଦାବିକୁ ନେଇ ପ୍ରଶାସନ ଓ ବେବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏମିତି କି ଆରଏମସି ମାର୍କେଟର ସମ୍ପାଦକ ରମେଶ ସ୍ୱାଇଁ ବ୍ୟବସାୟୀଙ୍କୁ ଦୃବେବହାର କରିଥିବା ଭିଡ଼ିଓ ଭାଇରାଲ ହେବାପରେ ରମେଶ ସ୍ୱାଇଁଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଥିଲେ ବ୍ୟବସାୟୀ। ସାମ୍ବାଦିକମାନଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ ରମେଶ ସ୍ଵାଇଁ। ଘଟଣା ବିଷୟରେ ପଚାରି ବୁଝି ପରେ ଉପ ଜିଲ୍ଲାପାଳ କ୍ଷମା ମାଗିଛନ୍ତି।

nis-ad
Leave A Reply

Your email address will not be published.