୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୁଗୁଡ଼ା : ତା ୧୪/୧୧/୨୨ : ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରାମ ନାରାୟଣ ଡିଗ୍ରୀ କଲେଜ ଡୁରା ଦଳ ସିଟି କଲେଜ ବ୍ରହ୍ମପୁର ଦଳକୁ ୫୦-୧୫ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାଯାଇଛି । ଏହି ମ୍ଯାଚରେ ରେଫେରି ଭାବେ ସୁଧୀର କୁମାର ପରିଡା ଓ ଆଶିଷ କୁମାର ଜେନା ନିୟୋଜିତ ଥିଲେ । ପିପୁଲ୍ସ କଲେଜର ଆଥଲେଟିକ୍ସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ଗଣେଶ କୁମାର ସେଠୀ , ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ , ପ୍ରଶିକ୍ଷକ ରାଜେଶ କୁମାର ମହାନ୍ତି ଓ କ୍ରୀଡା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ କାମେଶ୍ଵର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ବିଜେତା ଡୁରା କଲେଜ ଦଳକୁ ଚମ୍ପିୟନ ଟ୍ରଫି ଏବଂ ଉପବିଜେତା ସିଟି କଲେଜ ଦଳକୁ ରନର୍ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.