ଟାଟାଷ୍ଟିଲ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

ଢେଙ୍କାନାଳ ୧୪।୧୧ : ବଚସାରୁ ଗୁଳିମାଡ଼ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ତାଲବାହାଳ ଗାଁରେ ଗୁଳିକାଣ୍ଡ ।  ଏଥିରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ବିହାରର ରବି କୁମାର ବୋଲି ଜଣାପଡିଛି । ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଟାଟା ଷ୍ଟିଲ୍‌ କାରଖାନାର ୪ ନମ୍ବର ଗେଟ୍‌ ନିକଟରେ ୩ ଜଣ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହାପରେ ଜଣେ ଯୁବକ ପାଖରେ ରଖିଥିବା ଏକ ବନ୍ଧୁକରୁ ରବି କୁମାରଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ଯାହାଫଳରେ ରବି କୁମାର ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ।ଏହାପରେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଆମ୍ବଲାନ୍ସ ଯୋଗେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ  ଖବରପାଇ କଣ୍ଟାବଣିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି l ଗୁଳି ମାଡ଼ କରିଥିବା ଯୁବକ ଓ ତାର ସାଥୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି l ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l

nis-ad
Leave A Reply

Your email address will not be published.