ଚୂମନଙ୍କ ପରିବାରକୁ ସାହା ହେଲା ପ୍ରଶାସନ

ବଲାଙ୍ଗୀର ୧୪/୧୧: ପେପର ବୟ ଚୁମନ ରାଓଙ୍କ ପରିବାରକୁ ଫେରିବ ଖିୁସି । ସତରେ ବଡ ହୋଇ ଡାକ୍ତର ହେବ ଚୂମନ । ଏକଥା ଆମେ କହୁନି ବରଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି କିଛି ହେବାକୁ ଯାଉଛି ଚୂମନ କ୍ଷେତ୍ରରେ । ଅସହାୟ ପରିବାରକୁ ସାହା ହୋଇଛି ଜିଲ୍ଲା ପ୍ରଶାସନ । ଗଣମାଧ୍ୟମରେ ଚୂମନ ବିଷୟରେ ଖବର ପ୍ରସାରଣ ପରେ ତାଙ୍କ ଘରେ ପହଁଞ୍ଚିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ଚୁମନକୁ ସହାୟତାର ହାତ ବଢ଼ାଇଛନ୍ତି ଜିଲ୍ଲାପାଳ । ଚୁମନର ପାଠ ପଢା ଓ ତାଙ୍କ ମାଆ ଚିକିତ୍ସା ଖର୍ଚ୍ଚ ବୁଝିବ ଜିଲ୍ଲା ପ୍ରଶାସନ । ସୂଚନା ଥାଉକି ବାପା ଚାଲିଯିବା ପରେ କଅଁଳ ବୟସରେ ପରିବାର ସମ୍ଭାଳୁଛନ୍ତି ଚୂମନ । ରୋଗିଣା ମାଆ ଓ ୮ ବର୍ଷର ଭାଇକୁ ପୋଷୁଛନ୍ତି ଚୂମନ । ପାଠପଢା ସାଙ୍ଗକୁ ପେପର ହକରିଂ କରି ପରିବାରର ବୋଝ ସମ୍ଭାଳୁଛନ୍ତି ।

୧୩ ବର୍ଷର ବାଳକ ଚୂମନ ଘରକୁ ଘର ବୁଲି ପେପର ପକାଇବା ସହ ସ୍କୁଲ ଯାଇ ପାଠ ପଢନ୍ତି । ତେବେ ଏନେଇ ଗଣମାଧ୍ୟମରେ ଖବର ବାଜିଥିଲା । ଯାହାକୁ ଦେଖିବା ପରେ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ । ଆଉ ଚୂମନର ସମସ୍ତ ସୁବିଧା ଅସୁବିଧା ବୁଝିବାକୁ ଦେଇଛନ୍ତି ପ୍ରତିଶୃତି ।

nis-ad
Leave A Reply

Your email address will not be published.