ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ, ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ…

ବ୍ରହ୍ମପୁର ୧୪/୧୧: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ସିଙ୍ଗି ବନ୍ଧ ନିକଟସ୍ଥ ଶୌଚାଳୟରେ ନବ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗ । ଅସଦାଚରଣ ବେଳେ ଆକ୍ରମଣ କରିଥିବା ଜଣେ ବଙ୍ଗାଳୀ ଯୁବକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ଲୋକମାନେ ପୋଲିସରେ ଜିମା ଦେଇଛନ୍ତି । ପୁଲିସ ବଙ୍ଗାଳୀ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ନବ ବିବାହିତା ମହିଳା ଶୌଚ ପାଇଁ ଶୌଚାଳୟକୁ ଯାଇଥିବା ବେଳେ ଜଣେ ବଙ୍ଗାଳୀ ଯୁବକ ଜଣକ ଶୌଚାଳୟକୁ ଯାଇ ସେହି ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ପାଟି କରିବାକୁ ଯୁବକ ଜଣକ ତାଙ୍କୁ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନଥିଲେ । ଯାହାଫଳରେ ମହିଳାଙ୍କ ପାଟିରୁ ରକ୍ତ ବାହାରିଥିଲା ।

ପରେ ମହିଳା ଜଣଙ୍କ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଲୋକମାନେ ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ଏପରିକି ଲୋକମାନେ ସେହି ଯୁବକଙ୍କୁ ଏକ କୋଠରୀ ଘରେ ରଖି ମାଡ ମଧ୍ୟ ମାରିଥିଲେ । ବଙ୍ଗାଳୀ ଯୁବକ ଅସଦାଚରଣ ସହ ଆକ୍ରମଣ କରିଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ବଙ୍ଗାଳୀ ଯୁବକ ଜଣକ କେଶବ ନଗର ଠାରେ ଏକ ଘରର କାମ କରିବାକୁ ଆସିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.