ଖରାପ ପାଗ ପାଇଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ

ହାଇଦ୍ରାବାଦ: ପ୍ରତିକୂଳ ପାଗ ଯୋଗୁଁ ଅଟକିଲା ଦେଶର ପ୍ରଥମ ଘରୋଇ ରକେଟର ଉତକ୍ଷେପଣ | ରବିବାର ଦିନ ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ କହିଛି ଯେ ଖରାପ ପାଗ ଯୋଗୁଁ ଭାରତର ପ୍ରଥମ ଘରୋଇ ବିକଶିତ ରକେଟ୍ ବିକ୍ରମ-ଏସ୍ ର ଲଞ୍ଚକୁ ତିନି ଦିନ (ନଭେମ୍ବର ୧୮ ପର୍ଯ୍ୟନ୍ତ) ସ୍ଥଗିତ ରଖାଯାଇଛି। ସ୍କାଇରୁଟ୍ ଏରୋସ୍ପେସ୍ ମୁଖପାତ୍ର କହିଛନ୍ତି ଯେ ପ୍ରତିକୂଳ ପାଣିପାଗ ପୂର୍ବାନୁମାନ ହେତୁ ଶ୍ରୀହରିକୋଟା ଠାରୁ ଆମର ବିକ୍ରମ-ଏସ୍ ରକେଟ୍ ଉତକ୍ଷେପଣ ପାଇଁ ନଭେମ୍ବର ୧୫-୧୯ ଭାବେ ନୂଆ ତାରିଖକୁ ଚୟନ କରାଯାଇଛି |

କୁହାଯାଉଛି ଯେ ଯଦି ପାଗ ଅନୁକୂଳ ରହେ ତେବେ ନଭେମ୍ବର ୧୮ ସକାଳ ୧୧:୩୦ ସମୟରେ ଏହାକୁ ଉତକ୍ଷେପଣ କରାଯାଇପାରେ | ଆଉ ଏହି ମିଶନ ସଫଳ ହେଲେ ଭାରତରେ ପ୍ରଥମ ଘରୋଇ କମ୍ପାନୀ ଭାବରେ ମହାକାଶକୁ ଏହା ରକେଟ୍ ଉତକ୍ଷେପଣ କରିବ । ଏହା ମଧ୍ୟ ଏକ ନୂତନ ଯୁଗର ଆରମ୍ଭ ଭାବରେ ବିବେଚନା କରାଯାଉଛି କାରଣ ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ମହାକାଶକୁ ଖୋଲାଯାଇଛି। ସ୍କାଇରୁଟ୍ ଏରୋସ୍ପେସ୍ ସିଇଓ ନାଗା ଭରତ ଡାକଙ୍କ କହିବା ମୁତାବକ ବିକ୍ରମ-ଏସ ରକେଟ ହେଉଛି ଏକ ସିଙ୍ଗିଲଷ୍ଟେଜ ସବ୍-ଅର୍ବିଟାଲ୍ ଲଞ୍ଚ ଯାନ ଯାହା ତିନି ଜଣଙ୍କୁ ନେବ | ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ବିକ୍ରମ ସାରଭାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଇରୁଟର ଉତକ୍ଷେପଣ ଯାନଗୁଡ଼ିକର ନାମ ‘ବିକ୍ରମ’ ରଖାଯାଇଛି।

nis-ad
Leave A Reply

Your email address will not be published.