ତାମିଲନାଡ଼ୁରେ ବର୍ଷା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବର୍ଷା ବିତ୍ପାତ । ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାଇଗାଇ ଡ୍ୟାମ୍ ବନ୍ୟା ଜଳ ଛାଡ଼ିବା ପରେ ରାଜ୍ୟର ୫ ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି କରାଯାଇଛି । ଚେନ୍ନାଇ ଓ କୋଏମ୍ବାଟୁର ଭଳି ସହରରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ରାଜ୍ୟରେ ଆଜି ବି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ଚିତଲାପାକମ୍ ଲେକ୍ର ପାଣି ଚମ୍ବାରାମ୍ ଅଞ୍ଚଳରେ ପ୍ରବେଶ କରିବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି।
ତାମିଲନାଡ଼ୁର ଉତ୍ତର ଚେନ୍ନାଇ, ତିରୁଭାଲୁର, ଚେଙ୍ଗେଲପେଟ୍, କାଞ୍ଚିପୁରମ୍, ରାନିପେଟ୍, ଭିଲୁପୁରମ ଏବଂ କୁଡ଼ାଲୋର ଜିଲ୍ଲା ସମେତ ତାମିଲନାଡ଼ୁର କିଛି ଅଂଶରେ ଭାରତ ପାଣିପାଗ ବିଭାଗ (ଆଇଏମଡ଼ି)ରେଡ଼ ଆଲର୍ଟ ଜାରି କରିଛି। ବନ୍ୟାସ୍ଥିତି ମୁକାବିଲା କରିବାକୁ ରାଜ୍ୟରେ ଏନଡ଼ିଆରଏଫ ଦଳ ଓ ଏସଡ଼ିଆରଏଫ ଦଳ ମୁତୟନ କରାଯାଇଛି। ରାସ୍ତାରେ ପାଣି ଭରି ରହିବା ଯୋଗୁ ଘରୁ ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ଏବେ କଷ୍ଟକର ହୋଇପଡିଛି। ଲୋକଙ୍କୁ ଘଣ୍ଟା ଘଣ୍ଟା ଜାମରେ ଫଶି ରହିବାକୁ ପଡୁଛି। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଫଳରେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଯାଇଥିଲା।

ଗତ ଏକ ସପ୍ତାହରୁ ଅଧିକ କାଳ ଧରି ତାମିଲନାଡୁରେ ବର୍ଷା ଲାଗି ରହିଛି। ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ରାଜ୍ୟରେ ରବିବାର ମଧ୍ୟ ଭୀଷଣ ବର୍ଷା ଆଶଙ୍କା କରାଯାଉଛି।

nis-ad
Leave A Reply

Your email address will not be published.