୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଫୁଲବାଣୀ ଠାରେ ଅନୁଷ୍ଠିତ

ଫୁଲବାଣୀ (୧୨/୧୧) : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲଙ୍କ ଠାରୁ ପ୍ରାପ୍ତ ତଥ୍ୟଅନୁଶାରେ ୩ ଟି ଅର୍ଥ ଅସୁଲି ମାମଲାରେ ୭ଲକ୍ଷ ୨୪ହଜାର ୪୦୦ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୨ ଗୋଟି ବକେୟା ଟେଲିଫୋନ୍ ବିଲ୍ ଆଦାୟ ବାବଦରେ ୩୦ହଜାର ୫୨୮ ଟଙ୍କା ଆଦାୟ ହୋଇପାରିଛି । ସେହିପରି ପୂର୍ବରୁ ବିଚାରାଧୀନ ଥିବା ୧୨ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୧୫ଲକ୍ଷ ୫୬ହଜାର ୫୪୪ ଟଙ୍କା ଆଦାୟ କରାଯାଇଥିବା ବେଳେ ୦୬ ଗୋଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୨୫ଲକ୍ଷ ୨୦ହଜାର ଟଙ୍କା ଆଦାୟ କରାଯାଇଛି । ଅନ୍ୟାନ୍ୟ ୨ଟି ସିଭିଲ୍ କେସ୍‌ର ବିଚାର କରାଯାଇ ୫୨ହଜାର ୯୭ ଟଙ୍କା ଆଦାୟ କରାଯାଇଛି। ତେବେ ୩୨ ଟି ଫୌଜଦାରୀ ଓ ସିଭିଲ, ୫୧୦ ଟି ରେଭେନ୍ୟୁ, ୧୩ଟି ବୈବାହିକ ବିବାଦ, ୨୨ଟି ଅନ୍ୟାନ୍ୟ ଦେୱାନୀ ମାମଲା ଇତ୍ୟାଦିର ଫଇସଲା କରାଯାଇଥିଲା।
ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲ, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍ ସ୍ମୃତିଲେଖା ବାରିକ, ସ୍ଥାୟୀ ଲୋକ ଅଦାଲତ(ପି.ୟୁ.ଏସ୍.),ଫୁଲବାଣୀର ଜଜ୍ ସନ୍ତୋଷ କୁମାର ନାୟକ, ସି.ଜେ.ଏମ୍., ଫୁଲବାଣୀ ସୈକତ ପାତ୍ର, ଦେୱାନୀ ଅଦାଲତର ରେଜିଷ୍ଟ୍ରାର ସି.ଏ. ଦେଶପ୍ରିୟ ବାରିକ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୂକରଣ, କନ୍ଧମାଳ, ଫୁଲବାଣୀ ଅନୁଶିଲା ରୟ, ଏସ୍.ଡି.ଜେ.ଏମ୍. ଫୁଲବାଣୀ ଅରିଜିତ୍ ଦାସ, ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୌମ୍ୟାଶ୍ରୀ ମହାପାତ୍ର, ଜିଲ୍ଲା ବାର ଆସୋସିଏସନ୍‌ର ସଭାପତି ବିଜୟ କୁମାର ମହାନ୍ତି ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନଙ୍କ ଇଜଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା।

nis-ad
Leave A Reply

Your email address will not be published.