ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

ପାଟଣା ୧୨/୧୧: କେନ୍ଦୁଝର ପାଟଣା ରେଞ୍ଜରେ ମାତିଛନ୍ତି ହାତିପଲ । ମଲ୍ଲିପଶି ବିଟ୍ ଅଞ୍ଚଳରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ବିଳମ୍ବିତ ରାତିରେ ହାତୀପଲ ମୁଷାଖୋରୀ ଗାଁ କାଶିଆ ସାହିରେ ୩ଟି ଘର ଭାଙ୍ଗି ଦେଇଛନ୍ତି ।

ଫଳରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀପଲ ଏ ଅଞ୍ଚଳରେ ଏକର ଏକର ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି, ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଖୁବଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.