ପାକିସ୍ତାନ ଫେରିବେ ନୱାଜ ଶରିଫ, ସରକାର ଦେଲେ କୂଟନୀତିକ ପାସପୋର୍ଟ

ଇସଲାମାବାଦ: ଆତ୍ମନିର୍ବାସନ ବଳରେ ୨୦୧୯ରେ ଲଣ୍ଡନରେ ରହୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୁବଶୀଘ୍ର ସ୍ୱଦେଶ ଫେରିବେ। ଏଥିପାଇଁ ପାକିସ୍ତାନରେ ସରକାର ଶରିଫଙ୍କ ନାଁରେ କୂଟନୀତିକ ପାସପୋର୍ଟ ଜାରି କରିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଶରିଫଙ୍କ ସାନ ଭାଇ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ଅଛନ୍ତି। ତେଣୁ ବେଶ ସହଜରେ ନୱାଜ ଶରିଫଙ୍କ ପାଇଁ କୂଟନୀତିକ ପାସପୋର୍ଟ ଜାରି କରାଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଦେଶରେ କ୍ଷମତାସୀନ ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ) ସରକାର ୫ ବର୍ଷ ପାଇଁ ଶରିଫଙ୍କୁ କୂଟନୀତିକ ପାସପୋର୍ଟ ଦେଇଛନ୍ତି। ଏହି ପାସପୋର୍ଟ ବଳରେ ସେ ପାକିସ୍ତାନ ଫେରିବାକୁ ସକ୍ଷମ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଶେହବାଜ ଶରିଫ ହେଉଛନ୍ତି ନିୱାଜଙ୍କ ସାନ ଭାଇ। ସେ ମଧ୍ୟ ଶାସକ ପିଏମଏଲ-ଏନ୍‌ର ସୁପ୍ରିମ ଲିଡ୍‌। ଦୁଇ ଶରିଫ ଭ୍ରାତା ଗୁରୁବାର ଲଣ୍ଡନରେ ପରସ୍ପରକୁ ଭେଟିଥିଲେ। ଏହାପରେ ଏପରି ଏକ କୂଟନୀତିକ ପାସପୋର୍ଟ ଜାରି କରାଯାଇଛି।
ଏହାପୂର୍ବରୁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ୩ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିବା ନୱାଜ ଶରିଫଙ୍କ ନାଁରେ ଅର୍ଡିନାରୀ ପାସପୋର୍ଟ ଜାରି କରିଥିଲା।

ଅନ୍ୟପକ୍ଷରେ ନୱାଜ ଶରିଫ ଦାବି କରିଛନ୍ତି ଯେ ସେ ଗୋଟିଏ କୂଟନୀତିକ ପାସପୋର୍ଟ ହାସଲ କରି ସାରିଛନ୍ତି। ୨୦୨୧ ଫେବୃଆରୀ ମାସରେ ତାଙ୍କ ପାଖରେ ଥିବା ପାସପୋର୍ଟର ବୈଧତା ଶେଷ ହୋଇଥିଲା। ଏହାପରେ ସେ ଏହାକୁ ଚାଲୁ କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ସେତେବେଳେ କ୍ଷମତାରେ ଥିବା ଇମ୍ରାନ ଖାନ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ ବୋଲି ସେ କହିଛନ୍ତି।

୨୦୧୭ ପାନମା ପେପର୍ସ ମାମଲାରେ ସୁପ୍ରିମକୋର୍ଟ ନୱାଜ ଶରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିଥିଲେ। ଏହାପରେ କ୍ଷମତାକୁ ଆସିଥିବା ଇମ୍ରାନ ଖାନ ସରକାର ୭୨ ବର୍ଷୀୟ ଶରିଫଙ୍କ ନାଁରେ ଏକାଧିକ ଦୁର୍ନୀତି ମାମଲା ରୁଜୁ କରିଥିଲେ। ଏସବୁ ଭିତରେ ନୱାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଲାହୋର ହାଇକୋର୍ଟଙ୍କ ଅନୁମତିକ୍ରମେ ସେ ୨୦୧୯ ନଭେମ୍ବର ମାସରେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ସେବେଠାରୁ ସେ ଲଣ୍ଡନରେ ହିଁ ରହିଛନ୍ତି।

nis-ad
Leave A Reply

Your email address will not be published.