ଦାଦନ ଖଟିବାକୁ ଯାଇ କେରଳରେ ମୃତ୍ୟୁ ହୋଇଥିବା ସୂଚନା

ଦାରିଙ୍ଗବାଡ଼ି, ୧୦/୧୧ : ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମର ମୃତୁ ନାୟକଙ୍କ ପୁଅ ସୁରେଶ ନାୟକ(୪୨) କିଛି ମାସ ହେବ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଗଦାପୁର ଗ୍ରାମରୁ କେରଳ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି କୋୖଣସି କାରଣରୁ ହଠାତ ଶୋଇ ଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଗଦାପୁର ପରିବାରର ଲୋକଙ୍କୁ ସୂଚନା ଦିଆଯାଇଥିବା ଜଣାପଡିଛି । ହୃତଘାତରୁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି ବୋଲି କୁହାଯାଉଛି । ଗଦାପୁର ଗ୍ରାମରେ ସୁରେଶ ମୃତ୍ୟୁ ଖବର ପାଇ ପରିବାର ସହ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହେଲେ କିପରି ଭାବରେ ତାଙ୍କ ମୃତ ଶରୀର ଗ୍ରାମକୁ ଅଣାଯିବ ସେନେଇ ପରିବାରର ଚିନ୍ତାର କାରଣ ହୋଇଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.