ବାଲିଯାତ୍ରା ପଡିଆରେ ‘ଓଡିଶା ହାଇକୋର୍ଟ’

କଟକ ୧୦।୧୧ : ହାଇକୋର୍ଟର ଇତିହାସ, ବିଚାର ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଏବଂ ଆଇନ ସେବା ବାବାଦୀୟ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ବାଲିଯାତ୍ରାରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଯାତ୍ରା ପଡିଆରେ ଖୋଲିଛି ଷ୍ଟଲ । ଯେଉଁଠି ରହିଛି ହାଇକୋର୍ଟ ଇତିହାସ ସମ୍ପର୍କିତ ଛବି ଏବଂ ତଥ୍ୟ ।

ଅବିକଳ ହାଇକୋର୍ଟ ପରି ଦେଖାଯାଉଥିବା ଏହି ଷ୍ଟଲ ଭିତରେ ରହିଛି । ହାଇକୋର୍ଟ ଇତିହାସ ସମ୍ପର୍କିତ ଛବି ଏବଂ ତଥ୍ୟ ବାଲିଯାତ୍ରା ପଡିଆରେ ଆଇନ ସେବା ବାବଦୀୟ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ଏଭଳି ଅଭିନଵ ପ୍ରୟାସ କରିଛି ହାଇକୋର୍ଟ ପ୍ରଶାସନ । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଏହି ଷ୍ଟଲକୁ ଅନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି  ।

ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ହେବାକୁ ୭୫  ବର୍ଷ ପୁରିସାରିଛି । ତାସହିତ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି । ଏହା ଭିତରେ ଇ-ଫାଇଲିଙ୍ଗ,  ଭର୍ଚୁଆଲ କୋର୍ଟ, ଇ-ଡେସ୍ପାଚ ଭଳି ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇସାରିଲାଣି । ବିଶେଷ କରି ଅଦାଲତି କାର୍ଯ୍ୟର ଲାଇଭ ଟେଲିକାଷ୍ଟ ମଧ୍ୟ ହୋଇପାରୁଛି । ତେଣୁ ସେ ସବୁ ବାବଦରେ ଜନସାଧାରଣ କିପରି ଅବଗତ ହେବେ । ନୂଆ ପଦ୍ଧତିରେ କିପରି ମାମଲା ମାନ ଦାୟର କରିହେବ । କେସର ଷ୍ଟାଟସ କଣ, ହାଇକୋର୍ଟର ପ୍ରଶାସନିକ ବ୍ୟବସ୍ଥା, ଆଇନସେବା ପ୍ରାଧିକାରଣ ଦ୍ୱାରା ସାଧାରଣ ଲୋକ କିପରି ଉପକୃତ ହୋଇପାରିବେ । ସେସବୁ ତଥ୍ୟ ଏଠାରେ ଉପଲବ୍ଧ ହେଉଛି । ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟର ସମସ୍ତ ଜଜ, ଅଧିକାରୀ ମନେ ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.