କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସେ ପାର୍ଟଟାଇମ ମୁଖ୍ୟମନ୍ତ୍ରୀ କହି କଟାକ୍ଷ କରିଛନ୍ତି। ମିନାକ୍ଷୀ କହିଛନ୍ତି ଯେ, ଯେଁ ମୁଖ୍ୟମନ୍ତ୍ରୀ ରାଜନୈତିକ ପର୍ଯ୍ୟଟକ ଭାବେ ଭ୍ରମଣ କରୁଛନ୍ତି ସେମିତି ମୁଖ୍ୟମନ୍ତ୍ରୀ ଆମର ଆବଶ୍ୟକ ନାହିଁ। ମୁଖ୍ୟମନ୍ତ୍ରୀ ହୋଇ ନିଜ ରାଜ୍ୟର ସମସ୍ୟା କଥା ନବୁଝି ସେ କେବଳ ରାଜନୈତିକ ପର୍ଯ୍ୟଟକ ଭାବେ ଟୁର ଯାତ୍ରା କରୁଛନ୍ତି। ତେବେ ଏ ବିଷୟରେ ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ। ଏକ ଆରଟିଆଇ ତଥ୍ୟକୁ ଆଧାର କରି ଲେଖି କହିଛନ୍ତି ଯେ, ଗତ ୭ ବର୍ଷ ମଧ୍ୟରେ ପରିବେଶ ସେସ୍ ଭାବରେ ୨୮୧,୨୮୬କୋଟି ଟଙ୍କା ସଂଗୃହିତ ହୋଇଛି। କିନ୍ତୁ ସେଥିରୁ ମାତ୍ର ୨୭୨କୋଟି ଟଙ୍କାର କେଜ୍ରିୱାଲ ସରକାର ଖର୍ଚ୍ଚ କରିଛନ୍ତି।
ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ସେମତି କିଛି ଭିତ୍ତିଭୂମି ସୃଷ୍ଟି ତଥା କର୍ମଚାରୀଙ୍କ ତାଲିମ ପାଇଁ କୌଣସି ଅର୍ଥ ଖର୍ଚ୍ଚ କରାଯାଇ ନାହିଁ ବୋଲି ସେ କହିଛନ୍ତି। କେଜ୍ରିୱାଲ କିଛି କରୁନାହାଁନ୍ତି। ଦିଲ୍ଲୀର ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ। ଯିଏ କେବଳ ନିର୍ବାଚନ ହେଉଥିବା ରାଜ୍ୟମାନଙ୍କର ପ୍ରଚାର ପାଇଁ ସମୟ ବିତାଉଛନ୍ତି। କେଜ୍ରିୱାଲ ସରକାର ନିଷ୍କ୍ରିୟ ରହୁଥିବା ବେଳେ ଦାୟିତ୍ୱରୁ ପଳାୟନ କରୁଛନ୍ତି। ସେଥିପାଇଁ ଦିଲ୍ଲୀର ଶିଶୁଠାରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ପ୍ରଦୂଷଣଜନିତ ରୋଗରେ ଶିକାର ହେଉଛନ୍ତି। କେଜ୍ରିୱାଲ ୧୦ଟି ସ୍ମଗ ଟାୱାର ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କିନ୍ତୁ ମାତ୍ର ୨୨ କୋଟି ଟଙ୍କାରେ ଗୋଟିଏ ନିର୍ମାଣ କରିଥିବା କଥା ଲେଖି କହିଛନ୍ତି। ପ୍ରତିମାସରେ ଏହି ଟାୱାର ରକ୍ଷାଣବେକ୍ଷଣ ପାଇଁ ୮୦ ଲକ୍ଷ ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ମଧ୍ୟ କରୁନାହିଁ ବୋଲି ଲେଖି କହିଛନ୍ତି। ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସ୍ମଗ ଟାୱାର କାମ କରୁନଥିବା ସେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ନିକଟରେ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.