ପଦ୍ମପୁରରେ କଂଗ୍ରେସ ଭଲ କରିବ, ସେଠାରେ ଦଳୀୟ ଭୋଟ ଅଛି- ସୁର ରାଉତରାୟ

ଭୁବନେଶ୍ୱର ୦୮।୧୧: ପଦ୍ମପୁରରେ କଂଗ୍ରେସ ଭଲ କରିବ। ସେଠାରେ କଂଗ୍ରେସର ଦଳୀୟ ଭୋଟ ରହିଛି । ଧାମନଗର ଅପେକ୍ଷା ଏଠି କଂଗ୍ରେସ ପ୍ରଚାର ଉପରେ  ଅଧିକା  ଗୁରୁତ୍ୱ ଦେବ ଦଳ।  କଂଗ୍ରେସ ସବୁ ନେତାଙ୍କୁ ଏଥର ସାମିଲ କରୁଛି। ସେଠି ଯିଏ କଂଗ୍ରେସ ପାଇଁ କାମ କରୁଛନ୍ତି । ତାଙ୍କୁ ହିଁ ଟିକେଟ୍‌ ଦିଆଯିବ । ତେବେ ପ୍ରିୟରଞ୍ଜନ ସାହୁଙ୍କୁ ଟିକେଟ୍ ଦେବ ପ୍ରାୟ ଫାଇନାଲ ଅଛି । ସେ କର୍ମୀଙ୍କ ସହ ଅଛନ୍ତି  କର୍ମୀ ସହ କାମ  କରୁଛନ୍ତି  । ତେଣୁ ଭଲ  କରିବ କଂଗ୍ରେସ ବିଶ୍ୱାସ ରହିଛି ବୋଲି ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ।

ସେପଟେ ବିଜେଡି ଓ ବିଜେପି ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛି । ଉଭୟ ଦଳ ନିଜର ନିଜର ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ଦାୟିତ୍ୱ ଦେଇସାରିଛି । ବିଜେପି ପଦ୍ମପୁର ଆସନରେ ଥିବା ତିନୋଟି ବ୍ଲକକୁ ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ବିଜେଡି ମଧ୍ୟ ତିନି ଜଣ ନେତାଙ୍କୁ କାର୍ଯ୍ୟଭାର ଦେଇଛି । ଆଉ ବାକି ରହିଲା ଦେଖିବାକୁ କଂଗ୍ରେସ କାହାକୁ ଦେଉଛି ଦାୟିତ୍ୱ ।

nis-ad
Leave A Reply

Your email address will not be published.