ମୀନାବଜାର ଦୋଳିରୁ ପଡି ଯୁବକ ମୃତ

କଣ୍ଟାବାଞ୍ଜି ୦୮।୧୧: ମୀନାବଜାର ଦୋଳିରୁ ପଡି ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ତୁରକେଲାରେ ଅଘଟଣ । ମୃତ ଯୁବକ ଜଣକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ତୁରେକେଲାରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବ ଧୂମଧାମରେ ପାଳନ କରିବା ସହ ମିନା ବଜାର ଆଣିଥିଲେ ପୂଜା କମିଟି । ପୂଜା କମିଟିର ସଦସ୍ୟ ଥିବା ଦେବରାଜ ସାହୁ ଦୋଳିରେ ଝୁଲୁଥିବା ବେଳେ ଅଚାନକ ଦୋଳିରୁ ଖସି ପଡିଥିଲେ । ଗୁରୁତର ଯୁବକଙ୍କୁ ତୁରନ୍ତ ତୁରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.