କୁମ୍ବିଂ ବେଳେ ଜଙ୍ଗଲରୁ ମିଳିଲା ମାଓ କ୍ୟାମ୍ପ

ଧର୍ମଗଡ଼ ୦୭।୧୧: କଳାହାଣ୍ଡି ପୋଲିସକୁ ସଫଳତା l ଡିଭିଏଫ୍‌ ଓ ଏସ୍‌ଓଜି ଜବାନଙ୍କ ମିଳିତ ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହାସହିତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ ଓ ଏସଓଜି ପକ୍ଷରୁ ମିଳିତ କମ୍ବିଂ ଅପରେଶନ ଚାଲିଥିଲା । ଏହି ସମୟରେ ଉଭୟ ବାହିନୀଙ୍କୁ ଜଙ୍ଗଲରେ ସିପିଆଇ ମାଓବାଦୀ ସଂଗଠନର ଏକ କ୍ୟାମ୍ପ ଠାବ ହୋଇଥିଲା । କିନ୍ତୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ହେଲେ ମାଓ କ୍ୟାମ୍ପରୁ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ତେବେ ଜବତ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତକ, ଏକ ଟାଙ୍ଗିଆ, ଇଲେକ୍ଟ୍ରିତାର ,ପ୍ଲାଷ୍ଟିକ ଡ୍ରମ, ଟ୍ରାନଜିଷ୍ଟର, କପଡା ସହିତ ଖାଦ୍ୟ ସାମଗ୍ରୀ ରହିଛି ।

ସେପଟେ ଏହି ଜଙ୍ଗଲରୁ ମାଓ କ୍ୟାମ୍ପ ମିଳିବା ପରେ ଅଧିକ ତତ୍ପରତା ହୋଇଉଠିଛି ସୁରକ୍ଷାବାହିନୀ । ଲଗାତର ଭାବେ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରଖିଛି । ଏପିରିକି ଆବଶ୍ୟକ ପଡିଲେ ଅଧିକ ସୁରକ୍ଷାବାହିନୀ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.