ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ

ଛତ୍ରପୁର : ଗଞ୍ଜାମ ହୁମା ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି । ସାଙ୍ଗମାନଙ୍କ ସହ ବାଟେଶ୍ୱର ମନ୍ଦିର ସମୁଦ୍ର ବେଳାଭୂମିରେ ଗାଧୋଉ ଥିବା ବେଳେ ସେ ବୁଡି ଯାଇଥିଲେ । ସେଠାରେ ଥିବା ଲୋକମାନେ ତିନି ଜଣକୁ ଉଦ୍ଧାର କରିଥିବା ବେଳେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା l ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଜଗନ୍ନାଥଙ୍କ ମା ବାହୁନି ବାହୁନି କାନ୍ଦୁଥିବା ବେଳେ ଜଗନ୍ନାଥଙ୍କ ବାପା ରବୀନ୍ଦ୍ର ସ୍ୱାଇଁ ପୁଅର ଚକ୍ଷୁ ଦାନ କରିବେ ବୋଲି କହିଛନ୍ତି l

nis-ad
Leave A Reply

Your email address will not be published.