ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ କୈବଲ୍ୟ ସାହିତ୍ୟ ଜ୍ୟୋତି ସମ୍ମାନ

ଫୁଲବାଣୀ : କନ୍ଧମାଳର ପ୍ରତିଷ୍ଠିତ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନଜନକ କୈବଲ୍ୟ ଜ୍ୟୋତି ସମ୍ମାନ ପାଇଲେ l କଟକରେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ କୈବଲ୍ୟ ସାହିତ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଆଧ୍ୟାତ୍ମିକ ଜ୍ଞାନର ସମ୍ପ୍ରସାରଣ, ସାହିତ୍ୟ, ସେବା ଓ ସାମ୍ବାଦିକତା ଉପରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି l ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ଡ଼ଃ ମହାପାତ୍ରଙ୍କୁ ସମର୍ଦ୍ଦିତ କରିଥିଲେ l ନିଗମ କଳ୍ପତରୁ ଆଶ୍ରମରେ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ, ପୂର୍ବତନ ନିର୍ଦେଶକ ସ୍ୱାମୀ ହରିହର କାନୁନଗୋ , ସ୍ୱାମୀ ଅଭେଦାନନ୍ଦ ସରସ୍ବତୀ, ମହାରାଜା ରମେଶ ଦାସ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ଲିଙ୍ଗରାଜ ପତି, ଶୁଭେନ୍ଦୁ ସ୍ୱାଇଁ, ବାବା ଦିବାକର ଦାସ ପ୍ରମୁଖ ମଂଚାସୀନ ଥିଲେ l ଅନ୍ୟ ମାନଙ୍କ ମଧରେ ପଣ୍ଡିତ ନୀଳକଣ୍ଠ ରାଉତ, ବୈଦ୍ୟନାଥ ପଣ୍ଡା, ଅଜୟକୁମାର ପଣ୍ଡା, ଇଂ ତୋଫାନ ସ୍ୱାଇଁ, କୈଳାଶ ଚନ୍ଦ୍ର ଜେନା, ବିଶ୍ୱଜିତ ସୂର୍ଯ୍ୟାବଂଶୀ, ଦୀପାୟନ ପଟ୍ଟନାୟିକ ପ୍ରଭୃତି ଯୋଗଦେଇ ସାହିତ୍ୟ ଓ ଆଧ୍ୟାତ୍ମିକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଡ଼ଃ ମହାପାତ୍ରଙ୍କୁ କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ମାନେ ଶୁଭେଚ୍ଛା ଜଣାଇଛନ୍ତି l

nis-ad
Leave A Reply

Your email address will not be published.