ପାକିସ୍ତାନ ନୁହେଁ, ହିନ୍ଦୁମାନଙ୍କ ଅସଲ ଶତ୍ରୁ ହେଉଛନ୍ତି ପାଶ୍ଚାତ୍ୟ ଦେଶ : ଅଷ୍ଟ୍ରେଲୀୟ ପ୍ରଫେସର

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶ ଇଂଲଣ୍ଡ,ଆମେରିକା ଓ କାନାଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଏଥିପାଇଁ ଅନେକ ଭାରତୀୟ ପାକିସ୍ତାନୀ ଇସ୍ଲାମୀୟ ଚରମପନ୍ଥୀଙ୍କୁ ଦାୟୀ କରିଥାନ୍ତି । କେତେକ ଚୀନର ଭୂମିକା ବି ଦେଖିଥାନ୍ତି । କିନ୍ତୁ ଜଣେ ଆମେରିକା ଜନ୍ମିତ ଅଷ୍ଟ୍ରେଲୀୟ ସମାଜ ବିଜ୍ଞାନ ପ୍ରଫେସର ସାଲଭାଡୋର ବାବୁନ୍ସ କେତେକ ଚମକାଇଦେବା ଭଳି କଥା କହିଛନ୍ତି ।
ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ବଢିଚାଲିଥିବା ହିନ୍ଦୁ-ବିରୋଧୀ ଘଟଣା ପଛରେ ଖୋଦ ପାଶ୍ଚାତ୍ୟ ଦେଶମାନେ ଅଛନ୍ତି । ସେମାନେ ପାକିସ୍ତାନୀ ଗୋଷ୍ଠୀମାନଙ୍କୁ ହିନ୍ଦୁ ବିରୋଧୀ ହିଂସା ପାଇଁ ପ୍ରେତ୍ସାହନ ଦେଉଛନ୍ତି । ସରଳ ଭାଷାରେ କହିଲେ ସେମାନେ ହିନ୍ଦୁମାନଙ୍କ ବିରୋଧରେ ପାକିସ୍ତାନୀ ଇସ୍ଲାମୀୟ ଗୋଷ୍ଠୀମାନଙ୍କୁ ବ୍ୟବହାର କରୁଛନ୍ତି ।
ପାଶ୍ଚାତ୍ୟ ଶକ୍ତି ଓ ଇସ୍ଲାମୀୟ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଅସାଧୁ ମେଣ୍ଟ ପାଇଁ ହିଁ ଭାରତୀୟ ବିଶେଷକରି ହିନ୍ଦୁମାନଙ୍କ ବିରୋଧରେ ଘୃଣାମାମଲା ବଢିଚାଲିଛି ।
ବ୍ରିଟେନର ଲିସେଷ୍ଟର, କାନାଡାର ଟରଣ୍ଟୋ ଓ ଆମେରିକାର ନ୍ୟୁଜର୍ସିରେ ନିକଟରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସାର ଉଦାହରଣ ଦେଇ ସେ କହିଛନ୍ତି ଯେ ଭାରତୀୟମାନେ ଭାବୁଛନ୍ତି ଯେ ଏସବୁ ଘଟଣାପଛରେ ପାକିସ୍ତାନୀମାନେ ଅଛନ୍ତି ଓ ପାଶ୍ଚାତ୍ୟଦେଶମାନଙ୍କର ଏଥିରେ କୌଣସି ଭୂମିକା ନାହିଁ । କିନ୍ତୁ ପ୍ରକୃତରେ ପାଶ୍ଚାତ୍ୟ ଦେଶମାନେ ହିଁ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି ।
ପାଶ୍ଚାତ୍ୟ ଜଗତରେ ହିନ୍ଦୁ ବିରୋଧୀ ଭାବନା ପୂର୍ବରୁ ହିଁ ରହିଆସିଛି ଓ ଏବେ ତାହା ଏକ ନୂଆ ରୂପରେ ପ୍ରକଟ ହେଉଛି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.