ଓଷ୍ଠ, ପାଦ ଫଟା ପାଇଁ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର : ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଶୀତଦିନେ ପାଦ, ଅଧର ଫଟାରୁ ରକ୍ଷା ପାଇବା ପାଇଁ ସଚେତନତା କରା ଯାଇଥିଲା l ରୁକ୍ଷ, ଶୁଷ୍କ ବାୟୁ ପ୍ରବାହ ଦ୍ଵାରା ଓଠ,ପାଦ ଓ ଚର୍ମ ଫାଟେ l ଏହାର ପ୍ରତିରୋଧ ପାଇଁ ଥଣ୍ଡା ପବନରେ ଦ୍ରୁତ ଗତିରେ ବୁଲିବେ ନାହିଁ l ବାହାରକୁ ଗଲେ ଘୃତ,ନଡିଆତେଲ ଲଗାଇ ମୁଖ ଘୋଡାଇ ଯିବେ l ଧଳା ଝୁଣା, ଗେରୁ,ଧନିଆ, ସୈନ୍ଧବ ସହ ଘୃତ ଚିକ୍କଣ କରି ବାଟି ଲଗାଇଲେ ସମସ୍ତ ଚର୍ମ ଫଟା ରୋଗ ଭଲ ହୋଇଯାଏ ;ଓଷ୍ଠ ଲାଲ ଦେଖା ଯାଏ l ଏହି ଅବସରରେ ନିଃଶୁକ୍ଳ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା,ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ସଚେତନ କରିଥିଲେ l ଗରିବଙ୍କୁ ଔଷଧ ବିତରଣ କରାଯାଇଥିଲା l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ ଓ ପରିଚାଳନାରେ ସହଯୋଗ କରିଥିଲେ ଗଣେଶ ପ୍ରସାଦ ପରିଚ୍ଛା ଓ ସଭ୍ୟ ସଭ୍ୟା l

nis-ad
Leave A Reply

Your email address will not be published.