ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ଉତ୍ସବ ଆରମ୍ଭ

ବୁଗୁଡା : ସ୍ଥାନୀୟ କେନାଲ ସାହିରେ ସାହି ବାସିନ୍ଦାଙ୍କ ପକ୍ଷରୁ ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ ଦାଶ ଓ ଗିରୀଶ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ଶିକ୍ଷକ ମନୋରଞ୍ଜନ ଦାଶ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ ଆକର୍ଷଣୀୟ ମେଢ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକେ ସେଠି ଭିଡ ଜମାଉଥିବା ବେଳେ ଠାକୁରଙ୍କ ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳୁଛି ।

nis-ad
Leave A Reply

Your email address will not be published.