ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ଯୁବ କଂଗ୍ରେସକର୍ମୀ

ଭୁବନେଶ୍ୱର, ୦୬/୧୧: କଂଗ୍ରେସର ବରିଷ୍ଠ ଜନନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ କୂଆଖାଇ ନଦୀରେ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଯୁବ କଂଗ୍ରେସକର୍ମୀ ମାନେ ଏକାଠି ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସମସ୍ତେ ଲୁଲୁଙ୍କ ଅମର ଆତ୍ମାର ସଦଗତି ପାଇଁ ତିଳ ତର୍ପଣ ଅର୍ପଣ କରିଥିଲେ । ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ବଞ୍ଚିଥିବା ବେଳେ ଯୁବ ନେତା ସୃଷ୍ଟି କରିବାରେ ଲୁଲୁଙ୍କ ବଡ ଭୂମିକା ରହିଥିଲା । ଦେଖାଇଥିବା ରାଜନୈତିକ ମାର୍ଗରେ ଯୁବକ ଚାଲନ୍ତୁ ବୋଲି କହିଛନ୍ତି ତାଙ୍କ ଶୁଭେଚ୍ଛୁ ଅମୀୟ ଦାସ । କୂଆଖାଇରେ ତର୍ପଣ ପରେ ସ୍ମୃତି ସଭା ଏବଂ ଛୋଟ ଛୋଟ ପିଲାଙ୍କୁ ଫଳ ବଣ୍ଟନ ଏବଂ କମ୍ବଳ ବଣ୍ଟନ କରାଯାଇଥିଲା।

nis-ad
Leave A Reply

Your email address will not be published.