ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି , ୬ / ୧୧ ଆଜି ଆଇନ ସଚେତନତା ଓ ପ୍ରସାରଣ ମାଧ୍ୟମରେ ନାଗରିକଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଆଜି ମାଲକାନଗିରି ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ମିଳିତ ଆନୁକୁଲ୍ୟରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତି ଅଜନ୍ତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬ଟି ବିଭାଗର ୨୨୮ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ମାନ୍ୟବର ଜିଲ୍ଲା ବିଚାରପତି ଶ୍ରୀମତି ଷଡଙ୍ଗୀ କହିଛନ୍ତି ଯେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଆଇନ ବିଷୟରେ ଆମେ ଅବଗତ । ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆଇନ ସେବା ପ୍ରାଧିକରଣ କାର୍ଯ୍ୟ କରୁଛି ଏବଂ ଏଥି ନିମନ୍ତେ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଶିବିରରେ ରାଜସ୍ବ ବିଭାଗ ପକ୍ଷରୁ ୧୩୨ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଶ୍ରମ ବିଭାଗ ତରଫରୁ ୫୪ ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ସହାୟତା ଦିଆଯାଇଛି । କୃଷି ବିଭାଗ ତରଫରୁ ୭ ଜଣଙ୍କୁ କୃଷି ଉପକରଣ ବଣ୍ଟନ ସହ ଓଏଲଏମ ପକ୍ଷରୁ ୧୦ ଜଣ ଏସଏଚଜିଙ୍କୁ ସହାୟତା ପ୍ରଦାନ କରାଯାଇଛି । ସେହିପରି ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୫ ଜଣଙ୍କୁ ଏବଂ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ୧୦ ଜଣ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶଚନ୍ଦ୍ର ନାୟକ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ , ଶ୍ରୀ ବଳଭଦ୍ର ଦୀପ , ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ସଚିବ , ଶ୍ରୀ ରାକେଶ କୁମାର ମୁଦୁଲି ସିଜେଏମ୍ . ଏସଡିଜେଏମ୍ , ସବ୍‌ ଜଜ୍ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସିଡବ୍ଲୁସିର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.