ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା

ସୁନ୍ଦରଗଡ଼ ୦୫।୧୧ : ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସୁନ୍ଦରଗଡ଼ କୋଇଲା ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ହୋଇଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜାମକାନିରେ ଥିବା ଖଣିରୁ କୋଇଲା ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରିଥିଲେ । ଯାହାଫଳରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲା । ଏପିରିକି ଘଟଣାସ୍ଥଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ଯାହାଫଳରେ ପୋଲିସ ପକ୍ଷରୁ ମୃଦୃ ଲାଠି ଚାଳନା କରାଯାଇଥିଲା ।  ଏବେ ବି ଉତ୍ତେଜନା ଲାଗିରହିଛି ।

nis-ad
Leave A Reply

Your email address will not be published.