ସେଲୁନ ଖୋଲିବେ ମୁକେଶ ଅମ୍ବାନି !

ମୁମ୍ବାଇ : ପେଟ୍ରୋଲିୟମଠାରୁ ଆରମ୍ଭ କରି ମୋବାଇଲ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ପ୍ରବେଶ କରିସାରିଥିବା ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବେ ସେଲୁନ ବ୍ୟବସାୟରେ ପ୍ରବେଶ କରିବ । କମ୍ପାନି ଏବେ ଚେନ୍ନାଇ ଭିତ୍ତିକ ସେଲୁନ ଓ ସ୍ପା ଚେନ ନାଚୁରାଲ୍ସ ୪୯ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା କରୁଛି ।

ନାଚୁରାଲ୍ସର ମୂଳ କମ୍ପାନି ଗ୍ରୁମ ଇଣ୍ଡିଆ ସେଲୁନ୍ସ ଏଣ୍ଡ ସ୍ପାର ଦେଶବ୍ୟାପୀ ୭୦୦ରୁ ଅଧିକ ସେଲୁନ ଓ ସ୍ପା ଆଉଟଲେଟ ରହିଛି । ରିଲାଏନ୍ସ ଦ୍ବାରା ୪୯ ପ୍ରତିଶତ ଅଧିଗ୍ରହଣ ପରେ ବି ଏହି କମ୍ପାନି ପରିଚାଳନା ଦାୟିତ୍ବ ନିଜ ହାତରେ ରଖିବ । କିନ୍ତୁ ନେଟଓ୍ବାର୍କ ସଂପ୍ରସାରଣରେ ରିଲାଏନ୍ସ ସହାୟତା କରିବ ।

କରୋନା ମହାମାରୀ ସମୟରେ ଦେଶରେ ସେଲୁନ ଶିଳ୍ପ ବେଶ ପ୍ରଭାବିତ ହୋଇଥିଲା । ଅନେକ କମ୍ପାନି ବିପୁଳ କ୍ଷତି ସହିଥିଲେ । ନାଚୁରାଲ୍ସ ବି କ୍ଷତି ସହିଥିଲା । ଏବେ ରିଲାଏନ୍ସ ଆସିବା ପରେ ଏହି କମ୍ପାନିର ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ।

ପୂର୍ବରୁ ରିଲାଏନ୍ସ ଗ୍ରୁପ ପେଟ୍ରୋଲିୟମ, ପେଟ୍ରୋକେମିକାଲ୍ସ,, ଟେଲିକମ, ରିଟେଲ, ମିଡିଆ ଆଦି କ୍ଷେତ୍ରରେ ଥିବାବେଳେ ପ୍ରଥମ ଥର ପାଇଁ ସେଲୁନ ବ୍ୟବସାୟରେ ପ୍ରବେଶ କରିବ । ରିଲାଏନ୍ସ ରିଟେଲ ମାଧ୍ୟମରେ ଏହି ଅଧିଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କେବଳ ସେଲୁନ ନୁହେଁ, ବିଉଟି ପ୍ରଡକ୍ଟ ବିକ୍ରି ପାଇଁ ରିଲାଏନ୍ସ ଷ୍ଟୋର ଖୋଲିବ ।

nis-ad
Leave A Reply

Your email address will not be published.