ଧାମନଗର ଉପନିର୍ବାଚନ ପାଇଁ ଆସିଥିଲେ ପୋଲିଂ ଅଫିସର, ଅସୁସ୍ଥ ହୋଇ ଆଖି ବୁଜିଲେ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ, ଏପଟେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ଧାମନଗର ବ୍ଲକ ୧୩୯ ନମ୍ବର ବୁଥ୍‌ର ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ। ଉପନିର୍ବାଚନ ପୂର୍ବରୁ ଗତକାଲି ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଆଜି ଧାମନଗରରେ ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍‌ । ମୋଟ୍‌ ୨୫୨ଟି ବୁଥ୍‌ରେ ମତଦାନ ଚାଲିଛି । ଏମାନଙ୍କ ଭିତରେ ଅଛନ୍ତି ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ ଲକ୍ଷ ୧୫ହଜାର ୩୪୬ ମହିଳା ଭୋଟର୍‌ । ଧାମନଗରରେ ମୋଟ୍‌ ୨୫୨ଟି ବୁଥ୍‌ କରାଯାଇଛି । ଏଥିରୁ ୧୫ଟି ମଡେଲ୍‌ ବୁଥ୍‌ ଓ ୫ଟି ପିଙ୍କ ବୁଥ୍‌ । ୧୧୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ୧୨୬ଟି ବୁଥରେ ହେବ ୱେବ କାଷ୍ଟିଂ । ମତଦାନରେ ୧ହଜାର ୮ ପୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।

ପ୍ରତି ବୁଥରେ ଜଣେ ଲେଖାଏ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ଵିଲ୍‌ ଚେୟାରର ବ୍ୟବସ୍ଥା ହୋଇଛି । ଭୋଟର ୧୨ଟି ପରିଚୟପତ୍ରରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ୍‌ ଦେଇପାରିବେ । ବୁଥର ଶହେ ମିଟର ମଧ୍ୟରେ କେହି କଥାବାର୍ତ୍ତା କରିପାରିବେ ନାହିଁ । ମାସ୍କ ପିନ୍ଧି ଭୋଟ୍‌ ଦେବାକୁ ଆସିବା ପାଇଁ ଭୋଟରଙ୍କୁ ନିବେଦନ କରାଯାଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ସାଢେ ୬ଟା ଯାଏଁ ଏକଜିଟ୍‌ ପୋଲ ମନା । ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ଶତପଥୀ । ଏମାନଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜେନ୍ଦ୍ର ଦାସ ବି ନାମାଙ୍କନ ଦାଖଲ କରିଛନ୍ତି । ୬ ତାରିଖରେ ଜଣାପଡ଼ିବ ଧାମନଗର କାହାର ।

nis-ad
Leave A Reply

Your email address will not be published.