ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ, ନିଶ୍ୱାସ ନେବା ହେଲା ମୁସ୍‌କିଲ

ନୂଆଦିଲ୍ଲୀ: ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ। ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ଏଠାକାର ବାୟୁ। ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି। ଆଖି ଜଳାପୋଡା କରିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପହିଛି। ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି।

ଦିଲ୍ଲୀ ପରିବେଶମନ୍ତ୍ରୀ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି। ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ରାଜଧାନୀ ବାୟୁ ଗୁଣବତା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି। ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲାଣି। ଯଥା ସମ୍ଭବ ଲୋକଙ୍କୁ ଘରେ ରହିବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଉଛନ୍ତି।

ବିଶେଷ କରି ଶ୍ୱାସଜନିତ ସମସ୍ୟା ଉପଜିଛି। ସ୍ଥିତି ଏଭଳି ହୋଇଛି ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖ।ନାରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ବଢୁଛି। ଛାତି, ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ବିଶେଷ କରି ପରିଲକ୍ଷିତ ହେଉଛି। ଏଥିସହ ସ୍ୱ।।ସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବି ବାୟୁ ପ୍ରଦୂଷଣ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଉଛି। ପ୍ରଦୂଷଣ ଯୋଗୁଁ ଛାତିରେ ସଂକ୍ରମଣ ହେଉଥିବା ଲାଗି ବହୁ ରୋଗୀଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି। ସେପଟେ ବୟସ୍କ ଲୋକଙ୍କ ନିକଟରେ ପ୍ରଦୂଷଣ ପାଇଁ ହୃଦଘାତର ସମ୍ଭାବନା ୧୦ଗୁଣ ବୃଦ୍ଧି ପାଉଛି।

ରିିପୋର୍ଟ ଅନୁଯାୟୀ, ଆଜି ରାଜଧାନୀ ଦିଲ୍ଲୀର ଏୟାର କ୍ୱାଲିଟି ବେଶ୍ ଖରାପ ଶ୍ରେଣୀରେ ପହଞ୍ଚିଛି। ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୪୬ ରେକର୍ଡ କରାଯାଇଛି। ସେହିପରି ନଏଡାରେ ୩୯୩ ଓ ଗୁରୁଗ୍ରାମରେ ଏଆଇକ୍ୟୁ ୩୧୮ ରହିଛି।

nis-ad
Leave A Reply

Your email address will not be published.