କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି।

ସୂଚନା ମୁତାବକ, ଲସ୍କରର ଟାର୍ଗେଟ୍‌ରେ ନେତା, ପୂର୍ବତନ ସେନା କର୍ମଚାରୀ ଓ ପ୍ରାସବୀମାନେ ଅଛନ୍ତି। ଘାଟିରେ ଅରାଜକତା ସୃଷ୍ଟି କରିବା ପାଇଁ ଲସ୍କର ଏମାନଙ୍କୁ ଟାର୍ଗେଟ୍ କିଲିଂ ଜରିଆରେ ହତ୍ୟା କରିବାକୁ ଚାହୁଁଛି।

ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ସେନା ପୂରାପୁରି ଅଲର୍ଟ ମୁଡ୍ ଆସିଯାଇଛିି। ଜମ୍ମୁ କଶ୍ମୀର ପୁଲିସ ଓ ସେନା ସତର୍କତା ଅବଲମ୍ବନ କରୁଛି। ଆତଙ୍କବାଦୀମାନେ କିଛି ବଛା ବଛା ଲୋକଙ୍କୁ ଟାର୍ଗେଟ୍ କରିବାକୁ ଚାହୁଁଥିବା ସୂଚନା ମିଳିଛି। ଏଥିପାଇଁ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଏସ୍କର-ଏ-ତୋଇବା ପୂରା ଷଡଯନ୍ତ୍ର ରଚିଛି।

ରିପୋର୍ଟ ମୁତାବକ, ଲସ୍କରର ଜଣେ ଲୋକାଲ ଆତଙ୍କବାଦୀ ଓ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ବାରାମୁଲା ସେକ୍ଟରରେ ଲୁଚୁ ରହିଥିବା ସୂଚନା ମିଳିଛି। ଗତ ୨୭ ଅକ୍ଟୋବର ଦିନ ଏହି ତିନି ଆତଙ୍କବାଦୀଙ୍କୁ ଟ୍ରାକ୍ କରାଯାଇଥିଲା। ଏମାନେ ଆତଙ୍କୀ ହମ୍‌ଲା କରିବା ପାଇଁ ହ୍ୟାଣ୍ଡ ଗ୍ରେନେଡ୍ ତଥା ଆଇଡିର ବ୍ୟବହାର ମଧ୍ୟ କରିପାରନ୍ତି। ଏଇପାଇଁ ସମସ୍ତ ଏଜେନ୍ସିର ସୁରକ୍ଷା କର୍ମୀଙ୍କୁ ସତର୍କ ରହିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.