ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଭୁବନେଶ୍ୱର ୦୧।୧୧ : ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱର ରୁ ଜବତ ହୋଇଥିଲା ୧ ଲିଟର ୬୦୦ ମିଲି ଲିଟର ସାପ ବିଷ । ଜଣେ ମହିଳାଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଏବେ ଯାଏଁ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିଲା । ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲା ବନ ବିଭାଗ । ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

nis-ad
Leave A Reply

Your email address will not be published.