ବ୍ରହ୍ମପୁର ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ: ୪ଜଣ ଯୁବତୀଙ୍କ ସହ ୧୦ ଗ୍ରାହକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ । ଗେଷ୍ଟ ହାଉସରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଚଢ଼ାଉ କରିଥିଲା ।
ଚଢ଼ାଉ  ସମୟରେ ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ଏହାସହିତ ୧୦ ଜଣ ଗ୍ରାହକଙ୍କୁ ଅଟକ ରଖିଛି ବୈଦ୍ୟନାଥପୁର ଥାନା ପୋଲିସ୍ । ଏହି ଚଢାଉରେ ନିଜେ ଏସପି ସିଧା ପୋଷାକରେ ଚଢ଼ାଉ କରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.