ଆପ୍‌ ମନ୍ତ୍ରୀଙ୍କୁ କୋଟି କୋଟି ଟଙ୍କା ଦେବାକୁ ମୋତେ ବାଧ୍ୟ କରାଯାଇଥିଲା: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେଲ୍‌‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଏଲ୍‌-ଜି ଭିକେ ସକ୍ସେନାଙ୍କୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ରରେ ସୁକେଶ ଉଲ୍ଲେଖ କରିଛନ୍ତି ‌ଯେ ସେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌ ଜୈନ୍‌ ‌ମୋତେ ସୁରକ୍ଷା ଯୋଗାଇ ଦେବାକୁ ମୋ ଠାରୁ ୧୦ କୋଟି ଟଙ୍କା ନେଇଥିଲେ।

ସୁକେଶ ତାଙ୍କ ପତ୍ରରେ ଆହୁରି ବି ଉଲ୍ଳେଖ କରିଛନ୍ତି ଯେ ସେ ଉକ୍ତ ଆପ୍‌ ନେତାଙ୍କୁ ୨୦୧୫ ମସିହାରୁ ଜାଣନ୍ତି। ସେ ସମୁଦାୟ ୫୦ କୋଟି ଟଙ୍କା ଆପ୍‌କୁ ଦେଇଥିବା କଥା ତାଙ୍କ ପତ୍ରରେ ଲେଖିଛନ୍ତି।

ସେ ଆହୁରି ବି ଲେଖିଛନ୍ତି ଯେ ‘୨୦୧୭ ମସିହାରେ ମୁଁ ଗିରଫ ହୋଇ ତିହାର ଜେଲ୍‌ ରେ ଥିଲି। ସେହି ସମୟରେ ମୁଁ ସେ ସମୟର ଜେଲ୍‌ ବିଭାଗର ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକାଧିକ ବାର ସାକ୍ଷାତ୍‌ କରିଛି। ୨୦୧୯ ମସିହାରେ ସେ ପୁଣି ଥରେ ମୋତେ ସାକ୍ଷ‌ାତ୍‌ କରିଥିଲେ। ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ ୨ କୋଟି ଟଙ୍କା ମାଗିଥିଲେ। ସୁକେଶଙ୍କ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିବା ପତ୍ରରେ ଏସବୁ କଥା ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଅଛନ୍ତି। ପୂର୍ବରୁ ସେ ତିହାର ଜେଲ୍‌‌ରେ ଥିଲେ।

nis-ad
Leave A Reply

Your email address will not be published.