ପୃଥକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ ଓ ୨ ଗୁରୁତର

ହିଞ୍ଜିଳିକାଟୁ/ ପୁରୁଷୋତ୍ତମପୁର : ସୋମବାର ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଶିଖରପୁର ନିକଟରେ ଦୂର୍ଘଟଣା ଘଟି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ବଳରାମପୁର ଗ୍ରାମର ତୋଫାନ ଦାସ(୨୬) । ପ୍ରକାଶ ଯେ, ସୋମବାର ରାତିରେ ଯୁବକ ଜଣଙ୍କ ଗ୍ରାମରୁ ବଜାଜ ପଲସର ବାଇକ୍ (ଓଡି୦୭ଏଡି ୬୩୨୧)ଯୋଗେ ଶଶୁର ଘର ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମକୁ ଯାଉଥିବା ବେଳେ ଶିଖରପୁର ନିକଟରେ ରାସ୍ତା ପ୍ବାର୍ଶ୍ବ‌‌‌ ଏକ ଗଛକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକକୁ ଜବତ କରିଛି। ଏ ନେଇ ପୁରୁଷୋତ୍ତମପୁର ଥାନାରେ ନଂ ୬୨୯/୨୨ରେ ଏକ ମାମଲା ରୁଜୁ କରିଛି। ସେହିପରି ରବିଵାର ସଂନ୍ଧ୍ଯାରେ ହିଞ୍ଜିଳିକାଟୁ ପୌରପରିଷଦ ପୂର୍ବତନ କାଉନସିଲର ପ୍ରଫୁଲ ସ୍ୱାଇଁ ନିଜ ବାଇକ ରେ ଖରିଡା ଗ୍ରାମରୁ ହିଞ୍ଜିଳିକାଟୁ ଆସୁଥିବା ବେଳେ ହିଞ୍ଜିଳି କାଳୀମନ୍ଦୀର ଛକରେ ବଉଳଝୋଳି ଗ୍ରାମର ଜଣେ ଯୁବକ ଭାରସାମ୍ୟ ହରାଇ ରାସ୍ତା ଉପରେ କାଉନସିଲର ଙ୍କ ବାଇକ କୁ ଧ୍ୟକ୍କା ଦେଇଥିଲା ।ସେହି ସମୟରେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ସେହି ସମୟରେ ଉଭୟଙ୍କୁ ନିଜ ଗାଡ଼ିରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶ୍ରୀ ସ୍ବାଇଁ ଙ୍କ ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଥିଲେ ।ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.