ଗୁଣି ଗାରେଡି ସନ୍ଦେହରେ ମାଡ ଅଭିଯୋଗ ନେଇ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର

ମାଲକାନଗିରି, ୨୫।୧୦ : ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ କିଛି ଗ୍ରାମବାସୀଙ୍କୁ ମାଡ ମରାଯାଇଥିବା ଅଭିଯୋଗରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ ରହୁଥିବା ଦେବା ପଡିଆମୀ ଗ୍ରାମରେ ଏକ ମନ୍ଦିର କରି ପୂଜା କରୁଥିଲେ । ତେବେ ଇତି ମଧ୍ୟରେ ଗ୍ରାମ ନିକଟରେ ଥିବା କାମବେଡା ଗ୍ରାମରେ ଏକ ପରିବାରର ତିନି ଜଣ ସଦସ୍ୟଙ୍କ ଦେହ ଖରାପ ଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଡାକ୍ତରଙ୍କ ବଦଳରେ ଗୁଣିଆଙ୍କ ନିକଟକୁ ନେଇଥିଲେ । ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସେହି ମୃତବ୍ୟକ୍ତିଙ୍କ ପରିବାର ଲୋକେଆଉ ଏକ ଗୁଣିଆ ପାଖକୁ ଯାଇ ପଚାରିବାରୁ ତେନ୍ତୁଳିଗୁଡା ଗ୍ରାମର ଦେବା ପଡିଆମୀ, କେଶା କବାସୀ ଓ ପ୍ରେମା ପଡିଆମୀଙ୍କ ନଜର ଲାଗିବାରୁ ଏହି ଲୋକଙ୍କ ମୃତ୍ୟୁ ହୋଇଥିବା ଉକ୍ତ ଗୁଣିଆ ଜଣଙ୍କ କହିବ ପରେ ଏହାକୁ ନେଇ ଗତ ୧୮ ତାରିଖରେ ତେନ୍ତୁଳିଗୁଡା ଗ୍ରାମରେ ଏକ ସଭା କରି ଦେବା କବାସୀ ଓ ତାଙ୍କ ସମ୍ପର୍କୀୟ ଭାଇ ରାମା ପଡିଆମୀଙ୍କ ସହ କେଶା ଓ ପ୍ରେମାଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଡକା ଯାଇଥିଲା । ଏହି ସଭାରେ ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏମାନଙ୍କୁ ଦୋଷୀ କହି କେଶା, ପ୍ରେମା ଏବଂ ଦେବା ଓ ସେମାନଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଥିଲେ । ତେବେ ଏହାପରେ ଆଜି ମଧ୍ୟ ଏନେଇ ଆଉ ଏକ ବୈଠକ କରି ଘଟଣାର ସମାଧାନ କରିବାକୁ କୁହାଯାଇଥିଲା । ଆଜିର ଏହି ବୈଠକରେ ପରିବାର ଲୋକେ ଉପସ୍ଥିତ ଥିବାବେଳେ ଦେବା ନିଜର ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ କିକିତ୍ସାଳୟ ଆସିଥିବାରୁ ତାଙ୍କ ଭାଇଙ୍କ ସହ ଅନ୍ୟ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଆଜିର ଏହି ବୈଠକରେ ମଧ୍ୟ ପୁଣି ଥରେ ଏମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ଦେବାଙ୍କ ଝିଅ ମାଧୁରୀ ମାଲକାନଗିରି ଆଦର୍ଶ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.