ବିଦ୍ୟୁତ ତାର ଲାଗି ଯୁବକ ମୃତ, ସହାୟତା ରାଶି ଦାବିରେ ରାସ୍ତାରୋକ

କଳାହାଣ୍ଡି ୨୫/୧୦: ବିଦ୍ୟୁତ ତାର ଲାଗି ଯୁବକ ମୃତ । ସକାଳ ପ୍ରାୟ ପାଞ୍ଚଟା ସମୟରେ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅଧମୁଣ୍ଡା ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି । ଉକ୍ତ ଯୁବକ ହେଉଛନ୍ତି ଅଧମୁଣ୍ଡା ଗ୍ରାମର ଗଜ ଗଉଡ଼ଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ମଣ ଗୌଡ ।

ସକାଳ ସମୟରେ ସେ ମର୍ଣ୍ଣିଂ ୱାକ ସାରି ଘରକୁ ଫେରିବା ସମୟରେ ଟ୍ରାନ୍ସଫର୍ମରର ସଂସ୍ଫର୍ଶରେ ଆସିଯାଇଥିଲେ । ଫଳରେ କରେଣ୍ଟ ଲାଗିବାରୁ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଉକ୍ତ ବ୍ୟକ୍ତିକୁ ପାଷ୍ଟିକୁଡି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇଁ ସଦର ଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ମୃତ ବ୍ୟକ୍ତିଙ୍କୁ ପୋଷ୍ଟମଟମ ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ । ଉକ୍ତ ଟ୍ରାସଫର୍ମରକୁ ସ୍ଥାନାନ୍ତର କରିବା ପାଇଁ ଇଲେକ୍ଟ୍ରିକାଲ ଡ଼ିପୋକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ ବିଦ୍ୟୁତ ବିଭାଗ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

ଆଗରୁ ମଧ୍ୟ ଅନେକ ଥର ଏମିତି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ତେଣୁ ଉକ୍ତ ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତରିତ କରିବା ଏବଂ ମୃତ ପରିବାରଙ୍କୁ କିଛି ସାହାଯ୍ୟ ସହଯୋଗ ଯୋଗାଇ ଦେବା ଦାବିରେ ଗ୍ରାମବାସୀ ଆଜି ଭବାନୀପାଟଣା କେସିଙ୍ଗା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.