କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ

ମୋହନା, ୨୩/୧୦: ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ବଡ ସଫଳତା । କମଳାପୁର ଛକରେ ଚଢ଼ାଉ କରି ଏକ କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ କରିଛି ପୋଲିସ୍‌ । ଏହି ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ସାନରାଉତପଡ଼ାର ଜମାଲ ଖାନ ଓ ସୂଜା ଉଦିନ ଖାନ l ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଆଜି କମଳାପୁର ଛକରେ ମୋହନା ପୋଲିସ୍ ପକ୍ଷରୁ ଯାନବାହନ ତନଖି ଚାଲିଥିଲା l ଏହି ସମୟରେ ଏକ କାରକୁ ସନ୍ଦେହରେ ଯାଞ୍ଚ୍ କରିଥିଲା ପୋଲିସ୍‌ l ଯାଞ୍ଚ୍ ପରେ ଏଥିରେ ୧୮୦ କେଜିରୁ ଉର୍ଦ୍ଧ୍ୱ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା l ଏହି ଚନ୍ଦନ କାଠ ରାମଗିରି ଅଞ୍ଚଳରୁ ପୁରୀ ଜିଲ୍ଲାକୁ ଚାଲାଣ ହେଉଥିଲା ବୋଲି ପୋଲିସ ସୂଚନା ଦେଇଛି l

nis-ad
Leave A Reply

Your email address will not be published.