ଭଗବାନ ରାମ ସମଗ୍ର ପୃଥିବୀ ପାଇଁ ଆଲୋକ ବର୍ତ୍ତିକା ସଦୃଶ : ମୋଦୀ

ଅଯୋଧ୍ୟା : ଦୀପାବଳି ଉପଲକ୍ଷେ ତୀର୍ଥ ନଗରୀ ଅଯୋଧ୍ୟା ଦୀପମୟ ହୋଇଉଠିଛି । ଲକ୍ଷ ଲକ୍ଷ ଦୀପ ସମଗ୍ର ନଗରୀକୁ ଜାଜୁଲ୍ୟମାନ କରିଦେଇଛି । ଏବର୍ଷ ଅଯୋଧ୍ୟାର ପ୍ରସିଦ୍ଧ ଦୀପୋତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କହିଛନ୍ତି ଯେ ଭାଗବାନ ରାମ ହେଉଛନ୍ତି ସମଗ୍ର ପୃଥିବୀ ପାଇଁ ଏକ ଆଲୋକବର୍ତ୍ତିକା ସଦୃଶ । ଅଯୋଧ୍ୟାର ପ୍ରତି କଣିକାରେ ଭଗବାନ ରାମ ନିବାସ କରନ୍ତି । ଶ୍ରୀରାମ ସମସ୍ତଙ୍କ ସାଥ..ସମସ୍ତଙ୍କ ବିକାଶର ପ୍ରତୀକ ବୋଲି ମୋଦୀ କହିଛନ୍ତି । ପୂର୍ବରୁ ଅଯୋଧ୍ୟା ବିକାଶର ସର୍ବୋଚ୍ଚ ଶିଖର ଛୁଇଁଥିଲା । ଏବେ ପୁଣି ଅଯୋଧ୍ୟାରେ ବିକାଶ ଆରମ୍ଭ ହୋଇଯାଇଛି ବୋଲି ମୋଦୀ କହିଛନ୍ତି ।

ପୂର୍ବରୁ ଭଗବାନ ରାମଙ୍କ ଅସ୍ତିତ୍ବ ଉପରେ ପ୍ରଶ୍ନଚିହ୍ନ ଲଗାଯାଇଥିଲା ଏବେ ଅଯୋଧ୍ୟାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି ।
ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଯୋଧ୍ୟାରେ ଦୀପୋତ୍ସବ ୬ ବର୍ଷ ତଳେ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାରେ ଏହି ଦୀପୋତ୍ସବ ଆରମ୍ଭ ହୋଇଥିଲା ।

ଏହା ପୂର୍ବରୁ ମୋଦୀ ରାମ ଜନ୍ମଭୂମିଠାରେ ଚାଲିଥିବା ମନ୍ଦିର ନିର୍ମାଣ କାମ ବୁଲି ଦେଖିଥିଲେ । ଏହି ଅବସରରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.