ବାତ୍ୟା ଲାଗି ପଶ୍ଚିମବଙ୍ଗରେ ଦୀପାବଳି ଏବଂ କାଳୀ ପୂଜା ଉତ୍ସବ ଫିକା

କୋଲକାତା: ଭୀଷଣ ବର୍ଷା ହେବ। ୧୦୦ କିମି ବେଗରେ ପବନ ବହିବ। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସମ୍ଭାବ୍ୟ ବାତ୍ୟା ରୂପନେଇ ପଶ୍ଚିମବଙ୍ଗ ଉପକୂଳରେ ହିଟ୍‌ କରିବ। ତେଣୁ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ମଚାଇପାରେ ପ୍ରକୃତି। ଆଜି ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ମାଡ଼ ହୋଇପାରେ। ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ଦୀପାବଳି ଏବଂ କାଳୀ ପୂଜା ଉତ୍ସବ ଫିକା ପଡ଼ିଯାଇଛି। ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳ ଓ ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୋମାବାର ପୂର୍ବ ଏବଂ ପଞ୍ଚିମ ମେଦିନପୁରରରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି। ତେବେ କୋଲକାତା, ହାୱଡ଼ା, ଏବଂ ହୋଗୁଳିରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।
ମଙ୍ଗଳବାର ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳକୁ ଅସ୍ତବ୍ୟସ୍ତ କରିବ ବର୍ଷା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ରବିବାର ସକାଳେ ସାଗର ଦ୍ୱୀପରୁ ୭୦୦ କିଲୋମିଟର ଦୂରରେ ଥିବା ଏହି ସିଷ୍ଟମଟି ଦକ୍ଷିଣ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ପୁଣି ଥରେ ମୋଡ଼ ବଦଳାଇ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସହ ବାଂଲାଦେଶ ଉପକୂଳ ଟିଙ୍କୋନା ଦ୍ୱୀପ ଏବଂ ସ୍ୟାଣ୍ଡୱିପ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳ ସମୟରେ ଗଭୀର ଅବପାତର ରୂପ ନେଇ ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ପରେ ଏହା ମୋଡ଼ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତିକରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତା ୨୫ ତାରଖର ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଏହା ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହା ପ୍ରଭାବରେ ୨୩ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

nis-ad
Leave A Reply

Your email address will not be published.