କର୍ଣ୍ଣାଟକରୁ ଉଦ୍ଧାର ହେଲେ ଗଞ୍ଜାମର ନିଖୋଜ ପୁଅ

ବ୍ରହ୍ମପୁର ୨୨/୧୦: ଶେଷରେ ମାସକ ପରେ ମିଳିଲେ ହଜିଲା ପୁଅ । କର୍ଣ୍ଣାଟକରୁ ଉଦ୍ଧାର କରିଛି ପୋଲିସ । ସେପ୍ଟମ୍ବର ୧୬ ତାରିଖରେ ସୁରଟ ଠାରେ ନିଖୋଜ ହୋଇଥିବା ନାବାଳକକୁ କର୍ଣ୍ଣାଟକ ପୋଲିସ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ମିଳିତ ସହଯୋଗରେ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି । ବେଲଗୁଣ୍ଠା ବ୍ଲକ କାଳିଆଗୁଡ଼ା ଗ୍ରାମର ବାସୁଦେବ ସ୍ୱାଇଁ ଏବଂ ବନି ସ୍ୱାଇଁଙ୍କ ୧୩ ବର୍ଷୀୟ ପୁଅ ନିଖୋଜ ହୋଇଯାଇଥଲା ।

ପୁଅକୁ ବହୁତ ଖୋଜାଖୋଜି କରିବା ପରେ ନପାଇବାରୁ ସେମାନେ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଉକ୍ତ ନାବାଳକ ଶିଶୁକୁ କର୍ଣ୍ଣାଟକ ରାଇଚୁର ରେଳୱାଇ ପୋଲିସ ସେପ୍ଟେମ୍ବର ୨୧ତାରିଖରେ ଉଦ୍ଧାର କରିବା ସହ ସିଡ଼ବ୍ଲସିକୁ ହସ୍ତାନ୍ତରିତ କରିଥିଲା । ତେବେ ଉକ୍ତ ଶିଶୁଟି ଗଂଜାମ ଜିଲ୍ଲାର ବୋଲି ଜାଣିବା ପରେ କର୍ଣ୍ଣାଟକ ପୋଲିସ ରାଇଚୁର ସରକାରୀ ହଷ୍ଟେଲର ଅଧିକାରୀ ମାନେ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିଥିଲେ ।

ଅକ୍ଟୋବର ୧୫ ତାରିଖରେ ସିଇଡ଼ବ୍ଲୁସିକୁ ହସ୍ତାନ୍ତରିତ କରିଥିଲେ । ଚାଇଲ୍ଡ ଲାଇନ ପକ୍ଷରୁ ସୁରଟରେ ରହୁଥିବା ଶିଶୁର ମାତା ପିତାଙ୍କ ଠିକଣା ଖୋଜିବା ପରେ ତାଙ୍କୁ ଶିଶୁ ପୁତ୍ର ବିଷୟରେ ଅବଗତ କରାଯାଇଥିଲା । ସେମାନେ ବ୍ରହ୍ମପୁର ପହଚିଂବା ପରେ ଚାଇଲ୍ଡ ଲାଇନ ସହଯୋଗ କ୍ରମେ ସିଇଡ଼ବ୍ଲସିରୁ ଉକ୍ତ ଶିଶୁକୁ ହସ୍ତାନ୍ତରିତ କରାଯାଇଥିଲା ।

nis-ad
Leave A Reply

Your email address will not be published.