ରାତି ଅଧରେ ଶୋଇଥିବା ବେଳେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

ବଲାଙ୍ଗିର: ରାତି ଅଧରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ବଲାଙ୍ଗିର ଜିଲ୍ଲା ତୁଷୁରା ମହୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି ।

ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ଦିବ୍ୟଙ୍କ ଭୀମଭୋଇ ମେଡିକାଲ କଲେଜର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.