ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ବିୟୋଗରେ ଶୋକସଭା

ବୁଗୁଡ଼ା : ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସ୍ବର୍ଗତ ଅଚ୍ୟୁତାନନ୍ଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା ।କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ବିଶ୍ବନାଥ ପଟ୍ଟନାୟକ , ନାରାୟଣ ସାହୁ , ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ , ରାମହରି ସାମଲ , ଗଣନାଥ ଖଟେଇ , ଗଣେଶ ମହାନ୍ତି , ଦିଲ୍ଲୀପ କୁମାର ତ୍ରିପାଠୀ ଏବଂ ପାଣି ପଞ୍ଚାୟତ ସହାୟକ ଶ୍ରୀନିବାସ ରଥ , ଗଗନ ବିହାରୀ ପାତ୍ର , ବର୍ଷାରାଣୀ ଓଝା ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ ସହ ଶୋକ ବ୍ଯକ୍ତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ସ୍ବର୍ଗତ ଯନ୍ତ୍ରୀ ଜଣେ କର୍ତ୍ତବ୍ୟ ପରାୟଣ ବ୍ଯକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ଉଦ୍ୟମରେ ବୁଗୁଡ଼ା ଠାରେ କ୍ଷୁଦ୍ର ଜଳସେଚନ ବିଭାଗର ନୂତନ କାର୍ଯାଳୟ କୋଠା ନିର୍ମିତ ହୋଇପାରିଥିଲା ବେଳେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ ବିଭାଗର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା ।

nis-ad
Leave A Reply

Your email address will not be published.