୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ

ସାନଖେମୁଣ୍ଡି, ୨୦/୧୦: ଆଗକୁ ଆଲୋକର ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର  ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଓ ବାଣ ଗଛିତ ଥିବା ନେଇ ଖବର ପାଇ ପୋଲିସ ଚଢ଼ାଉ କରିଥିଲା l

ଏହି ଚଢ଼ାଉ ବେଳେ ପାଖାପାଖି ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକାର ବାଣ ସହିତ ଗୋଟିଏ ପିକଅପ୍‌ ଭ୍ୟାନ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ l ଆସିକା ଏସଡିପିଓ, ତହସିଲଦାର ଓ ବହୁ ପୋଲିସଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l

nis-ad
Leave A Reply

Your email address will not be published.