ନିର୍ମାଣଧୀନ ପାର୍କରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଯାଜପୁର ୨୦।୧୦ :  ନିର୍ମାଣଧୀନ ପାର୍କରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଡୁବୁରୀ ଗାଁ ନିକଟ ନିର୍ମାଣଧୀନ ପାର୍କରୁ ମୃତଦେହ ମିଳିଛି । ମୃତକ ଡୁବୁରୀ ଗାଁର ଅଜୁ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଡୁବୁରୀ ଗାଁ ନିକଟରେ ଚାଲିଥିବା ନିର୍ମାଣଧୀନ ପାର୍କରେ ଜଣେ ଯୁବକଙ୍କୁ ମୃତଦେହ ଝୁଲୁଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ତେବେ ପାରିବାରିକ କଳହକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ।

nis-ad
Leave A Reply

Your email address will not be published.