ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଶର ସବୁଠୁ ବଡ ଦାନୀ ହେଲେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଦାନୀ ବିଲିୟନାୟାର ତାଲିକାରେ ଶିବ ନାଦର ଆଗରେ ଅଛନ୍ତି। ଏଡେଲଗିବ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ଅନୁଯାୟୀ, ଆଇଟି କମ୍ପାନି ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର ବାର୍ଷିକ ୧୧୬୧କୋଟି ଟଙ୍କା ଦାନ କରିଛନ୍ତି। ସେହି ଅନୁଯାୟୀ କୁହାଯାଇପାରେ ଯେ, ଶିବ ନାଦର ପ୍ରତିଦିନ ଦାନ ପାଇଁ ୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଏହା ସହ ଶିବ ନାଦର ଆଇଟି କମ୍ପାନି ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଇଛନ୍ତି। ଅଜିମ ପ୍ରେମଜୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ଦାନୀ ଭାବରେ ବିବେଚନା କରାଯାଉଥିଲା। ତେବେ ଚଳିତ ବର୍ଷ ଅଜିମ ପ୍ରେମଜୀ ବାର୍ଷିକ ୪୮୪କୋଟି ଟଙ୍କା ଦାନ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ଅମ୍ବାନୀ ଗୋଟିଏ ବର୍ଷରେ ୪୧୧ କୋଟି ଟଙ୍କା ଏବଂ ବିର୍ଲା ୨୪୨ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଆଇଟି ସେକ୍ଟର ମାଇଣ୍ଡଟ୍ରି ସହ ଜଡିତ ସୁସ୍ମିତା ଏବଂ ସୁବ୍ରତ ବାଗଚିଙ୍କ ବ୍ୟତୀତ ରାଧା ଏବଂ ଏନଏସ ପାର୍ଥସାରଥୀ ବାର୍ଷିକ ୨୧୩କୋଟି ଟଙ୍କା ଦାନ କରି ପଞ୍ଚମ ସ୍ଥାନରେ ଅଛନ୍ତି। ସେହିପରି ଦେଶର ସବୁଠାରୁ ଧନୀ ଗୌତମ ଅଦାନୀ ୧୯୦କୋଟି ଟଙ୍କା ଦାନ କରି ଚଳିତ ବର୍ଷ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି।

nis-ad
Leave A Reply

Your email address will not be published.