୨୩ ମହଲାରେ ଥିବା ଜିମ୍‌ରୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ

ମୁମ୍ବାଇ: ଜୀବନ ହାରିଛନ୍ତି ମୁମ୍ବାଇର ଜଣେ ବ୍ୟବସାୟୀ। ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ପାରସ ପୋରୱାଲା ଆଜି ମୁମ୍ବାଇରେ ଥିବା ତାଙ୍କ ଘରର ଜିମରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପାରସ ମୁମ୍ବାଇରେ ଥିବା ଗୋଟିଏ ବିଲଡିଂର ୨୩ତମ ମହଲାରେ ରହୁଥିଲେ। ସେଠାରେ ସେ ନିଜର ଗୋଟିଏ ଜିମ ମଧ୍ୟ ଖୋଲିଥିଲେ। ତେବେ ସେ ୨୩ ମହଲାରେ ଥିବା ଜିମରୁ ସିଧା ତଳକୁ ଡେଇଁ ପଡ଼ିଛନ୍ତି।
ଖବର ପାଇ ପୁଲିସ ୫୭ ବର୍ଷୀୟ ପାରସଙ୍କ ଶବକୁ ଜବତ କରିଛି। ଏଥିସହ ବିରାଟ କାୟ ବିଲଡିଂରେ ଥିବା ଜିମରୁ ସେ ଲେଖିଥିବା ଗୋଟିଏ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ଏଥିରେ ପାରସ ତାଙ୍କ ଆତ୍ମହତ୍ୟା ପାଇଁ କେହି ବି ଦାୟୀ ନୁହନ୍ତି ବୋଲି ଲେଖିଛନ୍ତି। ଏଥିସହ ଘଟଣାର ତଦନ୍ତ ନାଁରେ କାହାକୁ ହଇରାଣ ନ କରିବାକୁ ମଧ୍ୟ ସେ ସୁଇସାଇଡ ନୋଟରେ ଅନୁରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପାରସ ମୁମ୍ବାଇର ଚିନଚପୋକଲି ରେଳ ଷ୍ଟେସନ ନିକଟ ଶାନ୍ତି କମଳ ହାଉସିଂ ସୋସାଇଟ୍‌ରେ ରହୁଥିଲେ। ଏହି ବିଲଡିଂର ୨୩ତମ ମହଲାରେ ସେ ଜିମ କରିଥିଲେ। ଆଜି ସକାଳ ୬ଟାରେ ସେ ଜିମର ବାଲକୋନୀରୁ ତଳକୁ ଡେଇଁ ଜୀବନ ହାରିଛନ୍ତି। ଜଣେ ଲୋକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ପାରସ ତଳେ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।
ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଘଟଣାସ୍ଥଳରୁ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଇଛି। ଏଥିସହ ଫରେନ୍ସିଂ ଟିମ୍‌ ସହ ଛାନଭିନ ଆରମ୍ଭ କରିଛି। ଏଯାଏ ପାରସ କ’ଣ ପାଇଁ ଜୀବନ ହାରିଲେ, ସେକଥା ଜଣାପଡ଼ିନି।

nis-ad
Leave A Reply

Your email address will not be published.