ବୁଗୁଡ଼ା ପୋଲିସର ବଡ ସଫଳତା : ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାରେ ୭ ଗିରଫ, ଟଙ୍କା ସହ , ୨ ବାଇକ୍ ଓ ୩ ମୋବାଇଲ୍ ଜବତ…


ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଠାରେ ଫାଇନାନ୍ସ କର୍ମଚାରୀ ରାଜେଶ ମହାପାତ୍ରଙ୍କୁ ମାଡ ମାରି ୭୦ ହଜାର ଟଙ୍କା ଲୁଟ୍ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏଥିସହ ସେମାନଙ୍କ ଠାରୁ ୨ଟି ବାଇକ୍, ୩ଟି ମୋବାଇଲ୍ ଓ ୧୧୬୭୦ ଟଙ୍କା ଜବତ କରାଯାଇଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ପ୍ରକାଶ ପାଇଛି । ଗିରଫ ୭ ଜଣ ଅଭିଯୁକ୍ତ ହେଲେ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର
ଗୋପୀ ନାଇକ , ମନୋଜ ନାଇକ ଓ ସୁଧାଂଶୁ ଶେଖର ପ୍ରଧାନ, ଓଡଗାଁ ଥାନା ଅଞ୍ଚଳର ଆଲୋକ ସାହୁ ଓ ଶଙ୍କର ଓରଫ୍ ସୋମନାଥ ସାହୁ , ବୁଗୁଡ଼ା ଥାନା ଅଞ୍ଚଳର ପ୍ରମୋଦ ନାଇକ , କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଟୁଟୁ ଓରଫ୍ କୃଷ୍ଣମୂର୍ତ୍ତି ସ୍ବାଇଁ । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୫୮୮/୨୨ରେ ଲୁଟ୍ ମାମଲା ରୁଜୁ ହୋଇଥିଲା । ପ୍ରକାଶ ଯେ , ନୟାଗଡ ଅଞ୍ଚଳର ଆରବିଏଲ୍ ଫାଇନାନ୍ସ କମ୍ପାନୀ କର୍ମଚାରୀ ରାଜେଶ ମହାପାତ୍ର ଗ୍ରୁପ୍ ଲୋନ୍ ସଂଗ୍ରହ କରିବା ପାଇଁ ଗତ ୮ ତାରିଖ ଦିନ ବାଇକରେ ବୁଗୁଡ଼ା ଅଞ୍ଚଳକୁ ଆସିଥିଲେ । ବୁଗୁଡା ଥାନା ଅଞ୍ଚଳର ବାଘୁଆ ଠାରେ ପହଞ୍ଚିବା ବେଳକୁ ପୂର୍ବ ପ୍ରସ୍ତୁତି ଅନୁସାରେ ୪ ଜଣ ଅଜଣା ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ ତାଙ୍କଠାରୁ ୭୦ ହଜାର ଟଙ୍କା ଲୁଟିନେଇ ଫେରାର୍ ହୋଇଯାଇଥିଲେ । ଏନେଇ ଫାଇନାନ୍ସ କର୍ମଚାରୀ ଜଣକ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା , ଅତିରିକ୍ତ ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନ , ଏସ୍ଆଇ ସମୀର କୁମାର ସେଠୀ , ଏସଆଇ କାହ୍ନୁଚରଣ ବାରିକ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଦୁଇଟି ଟିମ୍ ଗଠନ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲେ । ତେବେ ଶେଷରେ ପୋଲିସ ଟିମ୍ ଦ୍ବୟ ଚତୁରତାର ସହ ଜାଲ ବିଛାଇ ବିଭିନ୍ନ ଜାଗାରେ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ଥିବା ୭ ଜଣ ଲୁଟେରାଙ୍କୁ କାବୁ କରିବାରେ

nis-ad
Leave A Reply

Your email address will not be published.