କ୍ରିମିଆରେ ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର

ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ । ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି ।

ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧା କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ ଡଜନ ଇରାନୀ ସାମରିକ ତାଲିମଦାତା ରୁଷ ଅଧିକୃତ କ୍ରିମିଆଠାରେ ରହି ରୁଷ ସୈନ୍ୟଙ୍କୁ ଇରାନ ନିର୍ମିତ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ।

ସୂଚନାଯୋଗ୍ୟ ଯେ ଇରାନ ପକ୍ଷରୁ ରୁଷକୁ କାମିକାଜି ଓ ସାହେଦ୍-୧୩୬ ଲଢୁଆ ଡ୍ରୋନ ଯୋଗାଇ ଦିଆଯାଇଛି । ଏସବୁ ଡ୍ରୋନ ବ୍ୟବହାର କରି ରୁଷ ୟୁକ୍ରେନର ବ୍ୟାପକ କ୍ଷତି କରିଚାଲିଛି ।
ରୁଷକୁ କ୍ଷେପଣାସ୍ତ୍ର ଓ ଆଉ କେତେକ ଡ୍ରୋନ ଯୋଗାଣ ନେଇ ଗତ ୬ ତାରିଖରେ ଇରାନର ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତ୍ତି ନିଆଯାଇଥିଲା । ଉପରାଷ୍ଟ୍ରପତିଙ୍କ ସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସର ଦୁଇ ଜଣ ବରିଷ୍ଠ ଅଧିକାରୀ ଓ ଇରାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ ।

ଗଣମାଧ୍ୟମକୁ ଜଣେ ଇରାନୀୟ ଅଧିକାରୀ କହିଛନ୍ତି ଯେ ରୁଷ ପକ୍ଷରୁ ଇରାନକୁ ଆହୁରି ଅଧିକ ଜୋଲଫାଗାର ଓ ଫତେହ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା । ଏ ନେଇ ଇରାନ ସହମତ ହେବାପରେ ଦୁଇ ଦେଶ ମଧ୍ୟରେ ଏକ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଥିଲା ।

ଇାରନ ସହ ରୁଷର ଏହି ଘନିଷ୍ଠ ସଂପର୍କକୁ ଆମେରିକା ଏକ ବଡ଼ ବିପଦ ଭାବେ ଦେଖୁଛି ବୋଲି ଆମେରିକାର ପରରାଷ୍ଟ୍ର ବିଭାଗ ଉପ-ମୁଖ୍ୟ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ।

nis-ad
Leave A Reply

Your email address will not be published.