ଦିଲ୍ଲୀ ଦଙ୍ଗା: ଷଡଯନ୍ତ୍ରକାରୀ ଉମର ଖାଲିଦର ଜାମିନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ହିଂସା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗିରଫ କରାଯାଇଥିଲା। ଏବେ ଉମର ଖାଲିଦଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଖାଲିଦଙ୍କ ଏକ ଝଟକା ମିଳିଛି। ଦିଲ୍ଲୀରେ ହୋଇଥିବା ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଦିଲ୍ଲୀରେ ହୋଇଥିବା ଦଙ୍ଗା ନେଇ ଉମର ଖାଲିଦ ଷଡଯନ୍ତ୍ର କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ସେପ୍ଟେମ୍ବର ୧୩, ୨୦୨୦ରେ ଗିରଫ କରାଯାଇଥିଲା। ଏହା ପରଠାରୁ ସେ ଜେଲରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ଦଙ୍ଗା ନେଇ ଷଡଯନ୍ତ୍ର କରିଥିବାରୁ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ଉମର ଖାଲିଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ ବେଆଇନ ଗତିବିଧି ରୋକିବା ଅଧିନିୟମ ୟୁଏପିଏ ଆଧାରରେ ଖାଲିଦଙ୍କୁ ଗିରଫ କରିଥିଲା । ଦିଲ୍ଲୀ ହିଂସାର ଷଡଯନ୍ତ୍ରକାରୀ ଭାବେ ତାଙ୍କୁ ଗିରଫ କରାଯାଇଥିଲା । ସେ ହିଂସା ପାଇଁ ଉସକାଇଥିବା ନେଇ ପୁଲିସକୁ ପ୍ରମାଣ ମିଳିବା ପରେ ଖାଲିଦଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ପ୍ରଥମେ ସମନ ପଠାଇ ଉମରଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲା ପୁଲିସ। ପ୍ରାୟ ୧୧ ଘଣ୍ଟା ପଚରାଉଚରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.