ରାଜଧାନୀରୁ ନିର୍ଯାତିତା ନାବାଳିକା ଉଦ୍ଧାର

ଭୁବନେଶ୍ବର: ଆଜି ରାଜଧାନୀରୁ ଜଣେ ନିର୍ଯାତିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ, ଶ୍ରମ ଅଧିକାରୀ ଏବଂ ପୁଲିସର ମିଳିତ ପ୍ରୟାସରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କୁ ସତ୍ୟ ଏନକ୍ଲେଭ ସ୍ଥିତ ରଶ୍ମୀରଂଜନ ଜେନା ଏବଂ ପ୍ରତିମା ନାୟକଙ୍କ ଘରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ନାବାଳିକା ଘରୋଇ ଶ୍ରମିକ ଭାବରେ ନିୟୋଜିତ ଥିବାର ସୂଚନା ରହିଛି।

ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ। ସେ ତାଙ୍କ ଗ୍ରାମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥଲେ। ୨୦୨୨ ଫେବ୍ରୁଆରି ମାସରେ ପ୍ରତିମା ଜେନାଙ୍କ ପିତା ଜଣେ ଅନନ୍ତ ଜେନା ନାବାଳିକାଙ୍କୁ ଝିଅ ଘରେ ଘରୋଇ ଚାକର ଭାବରେ ନିୟୋଜିତ କରାଇଥିଲେ। ପୀଡ଼ିତାଙ୍କ ସାଧାରଣ ତ୍ରୁଟି ପାଇଁ ସେ ପ୍ରତିମା ତାଙ୍କୁ ଅତି ନିର୍ମମ ଭାବରେ ପିଟୁଥିଲେ। ଏପରିକି ରୁଟି ସେକାରେ ଚେଙ୍କ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କ ଶରୀରରେ ପୋଡ଼ା କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଶ୍ରମ ଅଧିକାରୀଙ୍କ ଦ୍ବାରା ଏକ ଶ୍ରମ ମାମଲା ଦାୟର କରାଯିବ। ଚାଇଲ୍ଡ ଲାଇନ୍ ମଞ୍ଚେଶ୍ୱର ଥାନାରେ ଏକ ଅପରାଧିକ ମାମଲା ରୁଜୁ କରିବ ବୋଲି ଜଣାଯାଇଛି।

nis-ad
Leave A Reply

Your email address will not be published.